ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

Spread the love

ମାଲକାନଗିରି : ଆଜି ମାଲକାନଗିରି ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ନେତୃତ୍ଵରେ ବିଜେପି କର୍ମୀ ମାନେ ଜିଲାପାଳ ଵିଶାଲ ସିଂ ଙ୍କୁ ଭେଟି ଏକ ୩ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବୀ ଗୁଡିକ ମଧ୍ୟରେ କାଳବୈଶାଖୀରେ ନିର୍ମାଣାଧିନ ଏୟାରପୋର୍ଟ ପାଚେରି ଭାଙ୍ଗି ମୃତ୍ୟୁ ବରଣ କରିଥିବା ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ହୋଇଥିବା ନିମ୍ନମାନର କାମର ତଦନ୍ତ। କାଲିମେଳା ବ୍ଳକ ଭୁବନପଲ୍ଲୀ ପଞ୍ଚାୟତର କୁନନପାଲ୍ଲୀ ଓ ତାଣ୍ଡବାଇ ପଞ୍ଚାୟତ କଟନପଲ୍ଲୀରୁ ବେଆଇନ ଭାବେ ଧଳା ପଥର ସରକାରୀ କର୍ମଚାରିଙ୍କୁ ହାତ କରି ଲୁଟ ଚାଲିଛି ତାହାର ତଦନ୍ତ ଏବଂ କାଲିମେଳା ବ୍ଲକରେ ୧୦ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବାର ବହୁ ବର୍ଷ ପରେ ମଧ୍ୟ ଲୋକଙ୍କ କାମରେ ଆସୁନାହିଁ ଅଥଚ ଏହାର ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି।

ଏହି ଦାବୀ ପ୍ରଦାନ ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ନବଘନ ଲକେଇ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର, ଜିଲ୍ଲା ଓବିସି ମୋର୍ଚା ସଭାପତି ବିଜୟ ମହାରଣା, ମାଲକାନଗିରି ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, କାଲିମେଳା ବ୍ଳକ ବିଧାୟକ ପ୍ରତିନିଧି ରାଜକିଶୋର ମଣ୍ଡଳ, ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ରତନ ବଣିକ, ଏସ.ଟି. ମୋର୍ଚା ସାଧାରଣ ସମ୍ପାଦକ ନରସିଂହ ମାଡକାମୀ, ରାହୁଲ ତାୱାରୀ, ସଜୁ ସରକାର, ଗୋପାଳ ଚନ୍ଦ୍ର ଦେ, ଗୌତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *