କୁଟୁନିପଦର ଗ୍ରାମରେ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

Spread the love

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ ବଡ଼ଡୁରାଲ ପଂଚାୟତର କୁଟୁନିପଦର ଗ୍ରାମରେ ଜିଲ୍ଲା ପୋଲିସ ତଥା ମୁଦୁଲିପଡ଼ା ଥାନା ଆନୁକୁଲ୍ୟରେ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁଟୁନିପଦର, ସୋନୁଗୁଡ଼ା, ବାଲିକୁଣ୍ଡ, କିରାମ୍‌, ସୀସାପୁଟ, ନୂଆଗୁଡ଼ା, କେନ୍ଦୁଗୁଡ଼ା ଓ ବିଜା ପଦର୍ ଗ୍ରାମର ପାଖା ପାଖି ପାଂଚଶହରୁ ଉର୍ଦ୍ଧ ଲୋକେ ଉପସ୍ଥିତ ଥିଲେ । ପୋଲିସ ପକ୍ଷରୁ ଲୋକ ମାନଙ୍କୁ ସାଲ, ବେଡସିଟ୍‌, କମଳ, ଛତା, ଜୋତା, ଟ୍ରଚ, ଘର ଉପକରଣ ସାମଗ୍ରୀ, ଚାଷ ସାମଗ୍ରୀ, କ୍ରୀଡା ସାମଗ୍ରୀ, ପାଠ ପଢା ସାମଗ୍ରୀ ଭଳି ବିଭିନ୍ନ ପ୍ରକାର ଜିନିଷ ଦିଆ ଯାଇଥିଲା । ଏକ ଭଲିବଲ୍ ମ୍ୟାଚ୍ ମଧ୍ୟ ଆୟୋଜନ କରାଯାଇ ସମସ୍ତ ଖେଳାଳିମାନଙ୍କୁ ଜର୍ସି ଦେବା ସହ ଟିମ୍ ମାନଙ୍କୁ ଭଲିବଲ୍ ଓ ନେଟ ଦିଆଯାଇଥିଲା । ଉକ୍ତ ଶିବିରରେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ସୁରେଶ ବାରିକ ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଉପଯୁକ୍ତ ଔଷଦ ପ୍ରଦାନ କରିଥିଲେ । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅପରେସନ ମନୋଜ ସିଂ, ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଲେକ୍ସିଓସ କିସ୍ପୋଟା, ମୁଦୁଲିପଡ଼ା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ଲକ୍ଷ୍ମୀ ନାରାୟଣ ମୁଦୁଲି ପରିଚାଳନା କରିଥିବା ବେଳେ ପୋଲିସ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *