ଫାଇଭ ଟି ସଚିବଙ୍କୁ ଟ୍ୱିଟ ପରେ ଅନାଥ ରଞ୍ଜୁ ପାଖରେ ପହଞ୍ଚିଲା ପ୍ରଶାସନ

ମାଲକାନଗିରି : ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ । ଟ୍ୱିଟ ଦେଖି ଅନାଥ ଶିଶୁକୁ ସହଯୋଗର ହାତ ବଢାଇଛନ୍ତି ୫ଟି ସଚିବ। ଏଣିକି ବାପାମାଆ ଛେଉଣ୍ଡ କୁନି ଝିଅ ରଞ୍ଜୁ ପଢ଼ିବ ପାଠ । ରଞ୍ଜୁ ଜାନିଙ୍କୁ ୫ଟି ସଚିବ ପଠାଇଲେ ଉପହାର । ମାଲକାନଗିରି ଜିଲ୍ଲା ବମ୍ବେ କୋଲନୀର ରଞ୍ଜୁ ଜାନି । ବାପା ମାଆଙ୍କୁ ହରାଇବା ପରେ ସମ୍ପର୍କୀୟ ଦାଦାଙ୍କ ପାଖରେ ରହୁଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ଅଭାବ ତାଙ୍କ ସ୍ୱପ୍ନର ରାସ୍ତାରେ ପ୍ରତିବନ୍ଧକ ସାଜିଥିଲା । ଜଣେ ବ୍ୟକ୍ତିଙ୍କ ଟ୍ୱିଟରରୁ ଏସମ୍ପର୍କରେ ଜାଣିବା ପରେ ତତ୍ପରତା ଦେଖାଇଥିଲେ ୫ଟି ସଚିବ । ଉପହାରରେ ରଞ୍ଜୁଙ୍କୁ ପୋଷାକ ଓ ଖାତାବହି ପଠାଇଥିଲେ । ଏହାସହିତ ମାଲକାନଗିରି ଜିଲ୍ଲାପାଳ ଓ ଏସଟିଏସି ବିଭାଗର ସଚିବ ରୂପା ରୋଶନ ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

୫ଟି ସଚିବଙ୍କ ନିର୍ଦ୍ଦେଶର କିଛି ସମୟ ମଧ୍ୟରେ ରଞ୍ଜୁଙ୍କ ପାଖରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ରଞ୍ଜୁଙ୍କୁ ଥଇଥାନ ଓ ତାଙ୍କର ପରବର୍ତ୍ତୀ ଉଚ୍ଚ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପରିବାର ସହିତ ଆଲୋଚନା ପରେ ଉଦ୍ଧାର କରି ଏବେ ପରିବର୍ତ୍ତନ ଶିଶୁଗୃହରେ ରଖାଯାଇଛି । ସ୍କୁଲ ଖୋଲିବା ପରେ SCST ହଷ୍ଟେଲରେ ରଖାଯାଇ ପାଠ ପଢାଯିବ । ସେପଟେ ସ୍ୱପ୍ନକୁ ପୂରଣ କରିବାକୁ ସହାୟତାର ହାତ ବଢାଇଥିବାରୁ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରଞ୍ଜୁ । ଭବିଷ୍ୟତରେ ଜଣେ ପୁଲିସ ଅଫିସର ହୋଇ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି  ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *