ଭତ୍ତା ପାଇବାରୁ ବଞ୍ଚିତ ବଣ୍ଡା ଜନଜାତି

Spread the love

ମାଲକାନଗିର : ଭତ୍ତାରୁ ବଞ୍ଚିତ ବଣ୍ଡା ଜନଜାତି । ପଂଚାୟତ କାର୍ଯ୍ୟାଳୟରୁ ବ୍ୟାଙ୍କକୁ ବାରମ୍ବାର ଦୌଡୁଛନ୍ତି କିନ୍ତୁ ମିଳୁନି ଭତା ଟଙ୍କା । ବାରମ୍ବାର ବ୍ଲକ ପ୍ରଶାସନକୁ ଗୁହାରି କରି ଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନାହିଁ । ଭତ୍ତା ଟଙ୍କାରେ ବଂଚୁଥିବା ନିରୀହ ବଣ୍ଡା ଜନଜାତି ଏବେ ନିରାଶ ।

ସମୁଦ୍ର ପତନ ଠାରୁ ପାଞ୍ଚହଜାର ଫୁଟ ଉପରେ ରହିଛି ବଣ୍ଡା ଘାଟି । କେଉଁ ଆଦିମ କାଳରୁ ବସବାସ କରି ଆସୁଛନ୍ତି ବଣ୍ଡା ଜନଜାତି । ସରକାର ଏମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କେତେକ ଅସାଧୁ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ନିରୀହ ବଣ୍ଡା ଜନଜାତି କଷ୍ଟ ଭୋଗୁଛନ୍ତି । ଏଭ ଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଣ୍ଡର । ହଲ ପଞ୍ଚାୟତରେ । ଅଣ୍ଡରାହାଲ ପଞ୍ଚାୟତରେ ଅଧିକାଂଶ ବୃଦ୍ଧ ବୃଦ୍ଧା ଭତା ପାଇବାରୁ ବଂଚିତ ରହିଛନ୍ତି । ମାସ ପୁରିଲେ ଭତା ମିଳିବ । ଭତ୍ତା ପଇସା ମିଳିଲେ ତେଲ ଲୁଣ କରିବୁ ବୋଲି ଆଶା ବାନ୍ଧି ରହିଥାନ୍ତି । କିନ୍ତୁ ମାସ ମାସ ବିତିଯାଇଥିଲେ ମଧ୍ୟ ଭତା ପାଇପାରୁ ନାହାନ୍ତି । ବାର୍ଦ୍ଧକ୍ୟ ଭତ୍ତାରେ ବଞ୍ଚୁଥିବା ଆଦିମ ଗରିବ ବଣ୍ଡା ଜନଜାତି ଠିକ୍ ସମୟରେ ମିଳୁନଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି । ହିତାଧିକାରୀ ବା ର୍ଦ୍ଧକ ଭତ୍ତା ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଗଲେ ସେମାନଙ୍କୁ ବ୍ୟାଙ୍କ ପଠାଇ ଦିଅନ୍ତି । ଫାସବୁକ୍ ଧରି ଖରା ହେଉ ବା ବର୍ଷା କିଏ ତ କମାଣ୍ଡର ବା ଟ୍ରାକ୍ଟରରେ ଶହେ ଟଙ୍କା ଭଡା ଦେଇ ଯିବାକୁ ପଡୁଛି , ତ କିଏ କିଏ ଦୀର୍ଘ ୨୪ କିଲୋମିଟର ଚାଲି ଚାଲି ଖଇରପୁଟ ବ୍ୟାଙ୍କୁ ଯିବାକୁ ପଡୁଛି । ଦିନ ତମାମ ବ୍ୟାଙ୍କରେ ଲାଇନ ଲାଗି ଫାସବୁକ୍ ଚେକ୍ କରିବାକୁ କରିଥାନ୍ତି । ବାରମ୍ବାର ଚେକ୍ କରିଥିଲେ ମଧ୍ୟ ଭତା ଟଙ୍କା ଆସିନଥିବା କହି ବ୍ୟାଙ୍କ କର୍ମଚାରୀ ଫେରେଇ ଦିଅନ୍ତି । ପ୍ରତି ମାସ ଆସି ଫାସବୁକ୍ ଚେକ୍ କରି ନିରାଶ ହୋଇ ଘରକୁ ଫେରନ୍ତି । ଆଜିକୁ ପାଂଚମାସ ବିତି ଯାଇଥିଲେ ମଧ୍ୟ,ନା ଟଙ୍କା ଆକାଉଂଟକୁ ଆସୁଛି ନା ପଂଚାୟତ କାର୍ଯ୍ୟାଳୟରୁ ଟଙ୍କା ଦିଆଯାଉଛି । ନିରୀହ ବଣ୍ଡା ଜନଜାତିଙ୍କ ସହ ଖେଳ ଖେଳୁଛନ୍ତି ପ୍ରଶାସନ । ମାସ ମାସ ଧରି ଭତ ନ ପାଇ ନିରାଶ ହେଲେଣି ହିତାଧିକାରୀ । ବାରମ୍ବାର ବ୍ଲକ ପ୍ରଶାସନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । କିଛି ଦିନ ୫- ଟି ସଚିବ ଭି.କେ ପାଣ୍ଡିଆନ ବଣ୍ଡାଘାଟି ଗସ୍ତରେ ଆସିଥିବା ସମୟରେ ଲୋକେ ତାଙ୍କୁ ଭେଟି ଭତ୍ତା ଟଙ୍କା ପାଉ ନଥିବା ଜଣାଇଥିଲେ । ସେଠାରେ ଉପସ୍ଥିତ ଖଇରପୁଟ ବିଡ଼ିଓ ହୃଦାରଞ୍ଜନ ସାହୁ କ’ଣ ସମସ୍ୟା ହୋଇଛି ମୁ ବୁଝୀ ବି ବୋଲି କହିଥିଲେ । ମାତ୍ର ଏ ଯାଏଁ ବିଡ଼ିଓ କିମ୍ବା ପିଇଓ ଏ ବିଷୟରେ କିଛି ବି ବୁଝି ନଥିବା ହିତାଧିକାରୀ କହିଛନ୍ତି ।

ଭତ୍ତା ପ୍ରଦାନ କରିବା ପାଇଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ବ୍ୟବସ୍ଥା କରିବାକୁ ଅଣ୍ଡର ହଲ୍‌ର ବଣ୍ଡା ଜନଜାତି ଅନୁରୋଧ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି ।୧୫ରୁ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀ ବାର୍ଦ୍ଦକ ଭତାରୁ ବଂଚିତ ରହୁଛନ୍ତି । ୫୦୦ ଟଙ୍କା ଭତା ପାଇଁ ମାସକୁ ଦୁଇରୁ ତିନି ଥର ବ୍ୟାଙ୍କ କୁ ଯାତୟତ କରୁଛନ୍ତି ଏବଂ ନାହିନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ପଂଚାୟତ କାର୍ଯ୍ୟାଳୟରେ ଭତା ଦେବାର ବ୍ୟବସ୍ଥା କଲେ ନିରୀହ ବଣ୍ଡା ଆଦିବାସୀ ଭତାରୁ ବଂଚିତ ରହିବେ ନାହିଁ । ତେବେ ଜିଲ୍ଲା ପ୍ରଶାସନ ନିରୀହ ବଣ୍ଡା ଜନଜାତିଙ୍କ ଦୁଃଖ କେବେ ବୁଝୁଛି ଅପେକ୍ଷାରେ ବଣ୍ଡା ଜନଜାତି ।

Leave a Reply

Your email address will not be published. Required fields are marked *