ମାଲକାନଗିରି : ମାଲକାନଗିରିରେ ଗୁରୁତ୍ଵପୂର୍ଣ୍ଣ ରୋଗିଙ୍କର ଚିକିତ୍ସା ନିମନ୍ତେ ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଙ୍ଗ୍ । ବିନା ଦେୟରେ ରୋଗୀ କରିବେ ସିଟି ସ୍କାନ, ଏମଆରଆଇ । ଆଜିଠୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା । ଏହି ସେବାର ଶୁଭାରମ୍ଭ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଆଡମା ରାବା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ, ପୌରପରିଷଦ ଅଧ୍ୟକ୍ଷ ମୋନାଜ୍ ବାରିକ ଏବଂ ପୌରପରିଷଦ ଉପ ଅଧ୍ୟକ୍ଷ ଶ୍ରୀମତୀ କବିତା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ମାଲକାନଗିରି ଜିଲ୍ଲା ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଏହା ଯୁଦ୍ଧଦେହିଂ ଡ଼ାକରା। ଫଳରେ ଅର୍ଥାଭାବରୁ ଘର ଡିହ ବିକି ଦେଉଥିବା ରୋଗୀ ଏଣିକି ପାଇବେ ମାଗଣା ଚିକିତ୍ସା ସୁବିଧା। ଯାହାକୁ ନେଇ ଖୁସି ଜାହିର କରିଛନ୍ତି ମାଲକାନଗିରି ଜିଲ୍ଲାବାସୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now