ଖାଲପଦର ଗ୍ରାମବାସୀଙ୍କ ପାଇଁ ଚୁଆ ପାଣି ସାହାଭରଷା

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ନୁଆଗୁଡ଼ା ପଞ୍ଚାୟତ ଖାଲପଦର ଗ୍ରାମରେ ବର୍ଷକ ବାରମାସ ଲାଗି ରହିଛି ପାଣି ସମସ୍ୟା। ଏହି ଗାଁରେ ୨୭ ଘର ଆଦିବାସୀ କେଉଁ ଆବାହନ କାଳରୁ ବସବାସ କରିଆସୁଛନ୍ତି।୧୩୦ ଲୋକସଂଖ୍ୟା ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି। ତାହା ମଧ୍ୟ ଅଚଳ ହୋଇ କେବେ ଠାରୁ ପଡିଛି। ଗାଁ ଠାରୁ କିଛି ଦୂରରେ ରହିଛି ଚିତ୍ରକୋଣ୍ଡା ଜଳଭଣ୍ଡାର ହେଲେ ଏହି ଗ୍ରାମବାସୀଙ୍କ ମଧ୍ୟରେ ଜଳ ବିନା ପଡୁଛି ହା ହା କାର । ସକାଳ ହେଲେ ଗ୍ରାମର ମହିଳା ମାନେ ହାଣ୍ଡି, ବାଲଟି ଧରି ଗ୍ରାମ ନିକଟରେ ଥିବା ଚୁଆ ପାଖକୁ ଯାଇଥାନ୍ତି। ସେଠାରେ ଲୁଗା ସଫା କରିବା ଠାରୁ ବାସନ ମାଜିବା, ଗାଧୋଇବା ସହିତ ପାନୀୟ ଜଳ ଭାବେ ଚୁଆ ପାଣିକୁ ବ୍ୟବହାର କରିଥାନ୍ତି। ଗ୍ରାମରେ ଗୋଟିଏ ମାତ୍ର ନଳକୂପ ଥିଲେ ମଧ୍ୟ ତାହା ୬୦ ଫୁଟ ଖୋଳା ହୋଇଥିବାରୁ ଖରା ଦିନରେ ପାଣି ରହୁନାହିଁ ବୋଲି ୱାର୍ଡମେମ୍ବର ସୁବାଷ ମଲ୍ଲିକ କହିଛନ୍ତି। ପିଇବା ପାଣି ନିମନ୍ତେ ଚୁଆ ନିକଟରେ ଏକ ପଥର କୂଅ ଗାଆଁ ଲୋକ ମିଶି ତିଆରି କରି ବ୍ୟବହାର କରୁଛନ୍ତି।

ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରି ଜଳ ସମସ୍ୟାର ସମାଧାନ ନିମନ୍ତେ ଗ୍ରାମର ସୁବର୍ଣ୍ଣ ଦୋରା, ମଙ୍ଗଳା ସୁବି, ଆଦୁ ପ୍ରଧାନି, ପଦଲାମ୍ ଦୋରା, ସୁକୁ ପ୍ରଧନୀ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *