ଘଡାଇ ଆବାସିକ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

Spread the love

ମାଲକାନଗିରି : ମାଲକାନଗିରି ସ୍ଥିତ ଘଡାଇ ଆବାସିକ ମହାବିଦ୍ୟାଳୟ ପରିସରରରେ କୃତିଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ. ସୁରେଶ ଚନ୍ଦ୍ର ଘଡାଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସଫଳ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଡ. ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ କଠିନ ପରିଶ୍ରମ ଦ୍ୱାରା ସଫଳତା ନିଶ୍ଚିତ ମିଳିପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ପାଠ ପଢ଼ିବା ସହ ଉତ୍ତମ ଚରିତ୍ର ଗଠନ ବିଷୟରେ କହିଥିଲେ। ଭୁବନେଶ୍ବର ଦୁରଦର୍ଶନ କେନ୍ଦ୍ରର ଆମ ଓଡିଶା ଧାରାବାହିକର ନିର୍ଦ୍ଦେଶକ ଗୋପାଳ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନୁଷ୍ଠାନର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଘଡାଇଙ୍କୁ ଦିଲ୍ଲୀର ଗ୍ଲୋବାଲ ହ୍ୟୁମାନ ପିସ୍ ୟୁନର୍ଭସିଟି ଡକ୍ଟରେଟ ଉପାଧି ପ୍ରଦାନ କରିଥିବାରୁ ସମସ୍ତେ ଅଭିନନ୍ଦନ ଜଣାଇବା ସହ ଅତିଥିମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଯୁକ୍ତ ତିନିଶେଷ ବର୍ଷ ବିଜ୍ଞାନ ଛାତ୍ରୀ ଜୋସ୍ନାରାଣୀ ଗୌଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନବମ ସ୍ଥାନରେ ରହିଥିବା ବେଳେ ତାଙ୍କୁ ମାନପତ୍ର ଓ ସିଲ୍ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିସହ ଓମ୍ ର୍ଭୁଭୁବଷ୍ୟଃ କଲେଜର ଟପ୍ପର ଭାନୁପ୍ରସାଦ ପାତ୍ର ଓ ଘଡେଇ ମହାବିଦ୍ୟାଳୟ ଟପର ଶୁଭଶ୍ରୀ ପାଲଙ୍କୁ ଅତଥିମାନେ ସମ୍ମାନିତ କରିଛନ୍ତି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ନୂତନ ଭାବେ ମହାବିଦ୍ୟାଳୟକୁ ବି.ସି.ଏ. ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ମିଳିବା ଓ ପାଠ୍ୟକ୍ରମ ବିଷୟରେ ପ୍ରକାଶ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏଥିରେ ଡିଗ୍ରୀ କଲେଜର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପିକା ବିଜୟଲକ୍ଷ୍ମୀ ଜେନା ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ ଅଧ୍ୟାପକ ପଦ୍ମନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *