ନବରଙ୍ଗପୁର ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ମାଲକାନଗିରି : ନବରଙ୍ଗପୁର ସାଂସଦଙ୍କ ପାଣ୍ଠିରୁ ଖଇରପୁଟ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଜନ କଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସର ଶୁଭ ଉଦଘାଟନ କରିଛନ୍ତି। ସର୍ବ ପ୍ରଥମେ କୁଡୁମୁଲୁଗୁମା ଚର୍ଚ୍ଚ ଗୃହର ଭିତିପ୍ରସ୍ତର ସ୍ଥାପନ କରିଥିବା ବେଳେ ନୋଡାଲ ସ୍କୁଲ କୁଡୁମୁଲୁଗୁମା, ଖଇରପୁଟ୍ ର ଶିବ ମନ୍ଦିର ଓ ସାଇ ମନ୍ଦିର, ବଣ୍ଡା ସମାଜ, ଯାଦବ ସମାଜ, ପରଜା ସମାଜ ଏବଂ ଗୋବିନ୍ଦପାଲ୍ଲୀ ଦୁର୍ଗା ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ ସାଂସଦ।

ଏଥିରେ ସମ୍ମାନିତ ଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶାନୀ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଜିଲ୍ଲା ପରିଷଦ ସଭ୍ୟା ତଥା ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ଜୋନ୍ ସଂଯୋଜକ ଗୋପୀ ପାଙ୍ଗି, ଜୋନ୍ ସଂଯୋଜକ ସତ୍ୟ ପାଣିଗ୍ରାହୀ, ବିଜେଡି ନେତା ମଦନ ଖସଲା, ବିଜେଡି ନେତା ସମନାଥ ବାର୍ଷେ, ହେମନ୍ତ ଦାସ, ମାଥିଲି ବ୍ଲକ ସଭାପତି ବନ୍ଧୁ ମୁଦୁଲି, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ସ୍ଥାନୀୟ ଜନ ପ୍ରତିନିଧିଗଣ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *