କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର

Spread the love

ମାଲକାନଗିରି : ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସ୍ତରରେ କୋରୁକୋଣ୍ଡା ବ୍ଳକ ସୋମନାଥପୁର ପଂଚାୟତର କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ପାଇଁ ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣାଙ୍କ ଆନ୍ତରିକ ଉଦ୍ୟମ ତଥା ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ପ୍ରେରଣା ଯୋଗୁଁ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୃକ୍ଷ ରୋପଣ ସହ ଅନେକ ପରିବେଶ ସଚେତନତା କାର୍ଯ୍ୟକ୍ରମ କରି କୁଡୁମୁଲୁଗୁମ୍ମା ତଥା ଚିତ୍ରକୋଣ୍ଡା ବ୍ଲକ ପାଇଁ ରାଜ୍ୟ ସ୍ତରରେ ପ୍ରକୃତି ମିତ୍ର ପୁରସ୍କାର ପାଇ ପାରିଛି । ଭୁବନେଶ୍ୱରରେ ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସରେ ମନ୍ତ୍ରୀ ଜଙ୍ଗଲ , ପରିବେଶ ଓ ଜଳ ବାୟୁ ପରିବର୍ତନ ପ୍ରଦୀପ କୁମାର ଅମାତଙ୍କ ଠାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ରଣା ମାନପତ୍ର ସହ୨ ୦,୦୦୦/-( କୋଡିଏ ହଜାର ଟଙ୍କା) ର ପୁରସ୍କାର ରାଶି ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *