ଅନନ୍ୟ ସ୍ମରଣ ଶକ୍ତିର ଅଧିକାରୀ ୩ ବର୍ଷର ଅମୃତେଶ

Spread the love

ତାଳଚେର: ବୟସ ମାତ୍ର ତିନିବର୍ଷ, ପ୍ରତିଭା କିନ୍ତୁ ଅନେକ । ଏତେ କମ ବୟସରେ ଇଣ୍ଡିଆ ବୁକଅଫ ରେକର୍ଡର ବିଜେତା ହୋଇଛନ୍ତି ତାଳଚେର କଣିହାଁ ବ୍ଲକ ପରାବିଲ ଗାଁର ଅମୃତେଶ ସାହୁ । ମାତ୍ର ୨୧ ସେକେଣ୍ଡରେ ୨୦ଟି ବିପରୀତ ଶବ୍ଦ, ଭାରତର ୨୮ରାଜ୍ୟର ରାଜଧାନୀର ନାଁ ନିର୍ଭୁଲ ଭାବେ ଉତ୍ତର ଦେଇ ଏହି ସଫଳତା ପାଇପାରିଛନ୍ତି ।

ତାଳଚେର କଣିହାଁ ବ୍ଲକ ପରାବିଲ ଗ୍ରାମର  ଲୋକେଶ ସାହୁ ଓ ଆଦିଶକ୍ତି ପ୍ରଧାନଙ୍କ ଏକମାତ୍ର ପୁଅ ଅମୃତେଶ ସାହୁ । ବୟସ ମାତ୍ର ୩ବର୍ଷ । ସ୍ମରଣ ଶକ୍ତ ଜଣେ ପ୍ରାପ୍ତ ବୟସ୍କଙ୍କ ଠାରୁ ବି ଭଲ। ଏଭଳି ପ୍ରତିଭାକୁ ଜାଣି ଅମୃତେଶଙ୍କ ମାଆ ଅନଲାଇନ ମାଧ୍ୟମରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଆବେଦନ କରିଥିଲେ ।ପରେ ଅନଲାଇନ ମାଧ୍ୟମରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଭାଗ ନେଇ ସଂସ୍ଥା ପକ୍ଷରୁ ପୁରସ୍କାର ପାଇଥିଲେ। ମାତ୍ର ୩ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ଅମୃତେଶ । ମାତ୍ର ୨୧ସେକେଣ୍ଡରେ ଅମୃତେଶ ୨୦ଟି ବିପରୀତ ଶବ୍ଦ, ଭାରତର ୨୮ରାଜ୍ୟର ରାଜଧାନୀର ନାଁ , ଗ୍ରହର ନାଁ,୧୪ଟି ହିନ୍ଦୀ ରାଇମ୍ସ , ଗାୟତ୍ରୀ ମନ୍ତ୍ର ସହ ବିଭିନ୍ନ ମନ୍ତ୍ରର ଉଚ୍ଚାରଣ ନିର୍ଭୁଲ ଭାବେ ଉତ୍ତର ଦେଇ ଏହି ସଫଳତା ପାଇପାରିଛନ୍ତି । ଯାହାକୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ପରିବାର ଲୋକେ ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟ ବେଳରୁ ଅମୃତେଶଙ୍କ ପ୍ରତିଭା ଲୋକାୟିତ ହୋଇଛି । ଖନେଇ ଖନେଇ  ଠିକ ସେ କଥା କହିପାରୁନଥିବା ଅମୃତେଶଙ୍କ ଏଭଳି ଚମତ୍କାର ପ୍ରତିଭା ଦେଖି ସମସ୍ତେ ତାଜୁବ ହୋଇପଡିଛନ୍ତି ।ଅନ୍ୟପଟେ ଏହି ସଫଳତା ପାଇବା ପରେ ପରିବାର ପକ୍ଷରୁ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁକୁ ଭେଟିଥିଲେ ଆଉ ଅମୃତେଶଙ୍କୁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *