ମାଲକାନଗିରି : ମାଲକାନଗିରି ଜିଲ୍ଲା ସମେତ ଓଡିଶା ରାଜ୍ୟର ସମସ୍ତ ଜିଲ୍ଲାରେ ମୋ ବିହନ – ମୋ ବଗିଚା କାର୍ଯ୍ୟକାରୀ କରିବା ପାଇଁ ମାଲକାନଗିରି ଜିଲ୍ଲାର ଶ୍ରମଜୀବି ସଂଗଠନ ଓ ମହିଳା ଶ୍ରମଜୀବି ସଂଗଠନ ତରଫରୁ ଦାବୀ କରାଯାଇଛି! ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଙ୍ଗଠନର କର୍ମକର୍ତ୍ତାମାନେ ସୁଚନା ଦେଇଥିଲେ। ଆମ ଦେଶ ସ୍ୱାଧୀନ ହେବାର ୭ ୫ ବର୍ଷ ପରେ ମଧ୍ୟ ଆଦିବାସୀ, ଦଳିତ ବର୍ଗ ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି, ଯାହାକି ଦେଶର କଲ୍ୟାଣ ମୂଳକ ନୀତି ପାଇବାରେ ଏମାନେ ହେଉଛନ୍ତି ଶେଷ ଧାଡିରେ ଥିବା ପରିବାରମାନେ । ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିହନର ଗୁଣବତା ଭଲ ରହିବା ଏବଂ ଭଲ ଉତ୍ପାଦନ ଦେଇଥାଏ!ଏହା ଦ୍ୱାରା ସଂଗଠନ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ ଯେ, ୨ 0୨ ୩ ଜୁନ ଶେଷ ସୁଦ୍ଧା ସମସ୍ତ ପରିବାରକୁ ପୁଷ୍ଟିକର ପନିପରିବା ବଗିଚା ପାଇଁ ବିହନ ଯୋଗାଇ ଦିଆଯାଉ ଏବଂ ଏହା ସହ ସରକାରଙ୍କ ଠାରେ 4 ଦଫା ଦାବୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯଥା ଏହି ଯୋଜନା ସମସ୍ତ ଅନୁସୁଚିତ ଜାତି, ଜନଜାତି ଅଧ୍ୟୁଷିତ ଅଂଚଳ, ଦୁର୍ଗମ ଅଂଚଳ, ଗ୍ରାମ ପଂଚାୟତ, ବ୍ଲକ, ଜିଲ୍ଲା ଆଦିରେ କାର୍ଯ୍ୟକାରୀ କରାଯାଉ । ସମସ୍ତ କିଟ୍ ରେ ବିହନର ପରିମାଣ ଓ ପ୍ରକାର ବୃଦ୍ଧି କରାଯାଉ । ଶୀତ କାଳୀନ ବିହନକୁ ଅଲଗା ଅଲଗା ପ୍ୟାକେଟ୍ ରେ ପ୍ରଦାନ କରାଯାଉ । ଏହି ଯୋଜନାକୁ ମୋ ବିହନ – ମୋ ବଗିଚା ନାମରେ କାର୍ଯ୍ୟକାରୀ କରାଯାଉ ବୋଲି ଶ୍ରମଜୀବୀ ସଂଗଠନ ଲୋକ ସଂଗଠନ ର ସଦସ୍ୟ/ସଦସ୍ୟା ଗାଙ୍ଗି ମାଢି, ଶୁଭଶ୍ରୀ ମାଢି, ଦହନା ମାଡକାମୀ, ସୀତାରାମ ଦୁରୁଆ, ରାମ ବଡ଼ନାୟକ, ଗୋବର୍ଧନ ପାଙ୍ଗି, ମୁକୁନ୍ଦ ମାଡକାମୀ, ତ୍ରିନାଥ ବଡ଼ନାୟକ ଓ ଚିତ୍ତରଞ୍ଜନ ସାହୁ ପ୍ରମୁଖ ମତ ପ୍ରକାଶ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now