ମାଲକାନଗିରି ଡ଼ଙ୍ଗା ବୁଡି ୨ ନିଖୋଜ

Spread the love

ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ଅଣ୍ଡରାହାଲ ପଞ୍ଚାୟତ ସିନ୍ଦିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନଦୀ ପାର ହେଉଥିବା ସମୟରେ ଡଙ୍ଗା ବୁଡି ୨ ଜଣ ନିଖୋଜ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ରାସବେଡା ପଞ୍ଚାୟତର ତୁମାପଦର ଗ୍ରାମର ୨ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ପଡ଼ାପଦର ଗ୍ରାମରୁ ଘରକୁ ଗତକାଲି ଅପରାହ୍ନ ରେ ଫେରୁଥିଲେ । ନଦୀ ପାର ହେଉଥିବା ସମୟରେ ଡଙ୍ଗା ବୁଡି ସେମାନେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତି ହେଉଛନ୍ତି ବଳରାମ କିଡିଙ୍ଗି ଓ ସଞ୍ଜିତ କିଡିଙ୍ଗି । ଗତକାଲି ରେ ଖବରପାଇ ମୁଦୁଲିପଡ଼ା ପୋଲିସ ଏବଂ ଅଗ୍ନି ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିନ ତମାମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । କିନ୍ତୁ କୌଣସି ସୁଫଳ ହେଲାନାହିଁ । ପୁଣି ଆଜି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି ।

Leave a Reply

Your email address will not be published. Required fields are marked *