ବଣ୍ଡା ଘାଟିରେ ନେଟୱାର୍କ ସମସ୍ୟା

Spread the love

ମାଲକାନଗିରି : ବଣ୍ଡା ଘାଟିରେ ନେଟୱା ର୍କ ସମସ୍ୟା । ଅନେକ ଦିନ ଧରି ସଙ୍ଘର୍ଷ କରି ଚାଲିଛନ୍ତି ନେଟୱା ର୍କ ଟିକେ ପାଇବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଗଛରେ ଚଢୁ ଛନ୍ତି ତ କେତେ ବେଳେ ପାହାଡ ଉପରେ ଚଢୁଛନ୍ତି । ଗର୍ଭବତୀ ମହିଳା ବା ଅନ୍ୟ କୌଣସି ରୋଗୀକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଠିକ୍ ସମୟରେ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରୁ ନାହିଁ । ଯାହା ଫଳରେ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଛି ।

ସମୁଦ୍ର ପତନ ଠାରୁ ପାଂଚ ହଜାର ଫୁଟ ଉପରେ ରହିଁଛ ବଣ୍ଡା ଘାଟି । ବଣ୍ଡା ଘାଟିରେ ରହିଛି ଦୁଇଟି ପଂଚାୟତ ହଣ୍ଡରା ହାଲ ଓ ମୁଦୁଲିପଡ଼ା । ଦୁଇଟି ପଂଚାୟତ ରେ ରହିଛି ୩ ୨ ଟି ଗ୍ରାମ । ଲୋକ ସଂଖ୍ୟା ପ୍ରାୟ ପନ୍ଦର ହଜାର ରୁ ଉର୍ଦ୍ଦ । ବଣ୍ଡା ଘାଟିରେ ସରକାରଙ୍କ ସେମିତି କିଛି ସୁବିଧା ନାହିଁ. ଯାହା ଫଳରେ ବର୍ଷ ବର୍ଷ ଧରି ଖଇରପୁଟ ଉପରେ ନିର୍ଭର କରି ଆସୁଛନ୍ତି.ଗ୍ରାମର କୌଣସି ଲୋକ ରୋଗରେ ପଡିଲେ କିମ୍ବା କୌଣସି ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେଲେ ଆମ୍ବୁଲାନ୍ସ ଦରକାର ପଡୁଛି. କିନ୍ତୁ ବଣ୍ଡା ଘାଟିରେ ନେଟୱାର୍କ ର ସୁବିଧା ନଥିବାରୁ ଠିକ ସମୟରେ ଯୋଗାଯୋଗ ହୋଇପାରୁନି! ଦଶ ବାର କିଲୋମିଟର ଦୂର ପାହାଡ ଉପରେ ଯାଇ ନେଟୱାର୍କ ସ୍ଥାନ ଖୋ ଜିବାକୁ ପଡି ଥାଏ!ତେବେ ଯାଇ ଆମ୍ବୁଲାସ ସହ ଯୋଗାଯୋଗ କରିବାକୁ ପଡେ. ଏପରି ସ୍ଥିତିରେ ମେଡିକାଲ ଯିବା ବାଟରେ କେତେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି.!

ନେଟୱାର୍କ ର ସୁବିଧା ନଥିବାରୁ ବଣ୍ଡା ଘାଟିରେ ଅନେକ ସମସ୍ୟା ଦେଖାଦେଇଛି । ଛାତ୍ର ଛାତ୍ରୀ ମାନେ ଅନଲାଇନ କ୍ଲା ସ କରିବା ଅନ୍ୟର ସହ ଫୋନ ରେ କଥା ହେବା ବ୍ୟାଙ୍କ କାମ ହେଉ ସ୍କୁଲ କାମ ପୋଷ୍ଟ ବା ଆଧାର ଲିଙ୍କ ପ୍ରତେକ କାମରେ ଅସୁବିଧା ହେଉଛି । ଆଧାର ଲିଙ୍କ ପାଇଁ ପିଲା ଛୁଆକୁ କାଖ ରେ ଧରି ଦଶ କିଲୋମିଟର ପାହାଡ ଉପରକୁ ଛଡନ୍ତି । ବେଳେ ବେଳେ ପାହାଡ ଛଡିବା ସମୟରେ ଗୋଡ ଖସି କାହାର ମୁଣ୍ଡ ଫାଟି ଯାଉଛି ତ କାହାର ହାତ ଗୋଡ ଖଣ୍ଡିଆ ହେଉଛି । ଏମିତି ଦୁର୍ଘଟଣା ଘଟୁଛି । ହେଲେ କରିବେ ବା କଣ ? କୌଣସି ବିକଳ୍ପ ନଥିବାଯୋଗୁଁ ବାଧ୍ୟ ହୋଇ ଜୀବନକୁ ବାଜି ଲଗେଇ ପାହାଡର ଶୀର୍ଷ ମୁଣ୍ଡରେ ଛଡିବାକୁ ପଡୁଛି ସେମାନଙ୍କୁ । ତାହା ଭିତରେ ମଧ୍ୟ ନେଟୱାର୍କ ଲୁଚକାଳି ଖେଳିଥାଏ । କେତେ ବେଳେ ଆସୁଥାଏ ତ କେତେ ବେଳେ ନାହିଁ । । ଏହି ପରିସ୍ଥିତିରେ ଦିନ ତମାମ ନ ଖାଇ ନେଟୱାର୍କ ଅପେକ୍ଷାରେ ରହିବାକୁ ପଡିଥାଏ । ଖରା ଦିନରେ କିଏ ଗଛରେ. ତ କିଏ ପାହାଡ଼ରେ ଯାଇ କଷ୍ଟେ ମଷ୍ଟେ କାମ ଚଳେଇଥାନ୍ତି ବର୍ଷା ଦିନ ଆସିଲେ କଥା ସରିଲା ନା ଗଛରେ ଚଢି ହେବ ନା ପାହାଡ଼ରେ ଚଢି ହେବ!ଏହି ପରି ଦୁର୍ବିସହ ଜୀବନ ବିତୁଛି ସେମାନଙ୍କର ।

ଯଦି ସରକାର ବଣ୍ଡା ଘାଟିରେ ନେଟୱାର୍କ କ ସୁବିଧା ଯୋଗାଇ ଦିଆଯାଏ ତା ହେଲେ ଦୁର୍ବିସହ ଜୀବନରୁ ବଂଚିତ ହୋଇ ପାରନ୍ତେ ବୋଲି ବୁଦ୍ଧିଯିବି ମତ ପ୍ରକାଶ କରି ଛନ୍ତି । ତେବେ କେବେ ବଣ୍ଡାଘାଟିରେ ନେଟୱାର୍କ ଯୋଗାଇ ଦିଆଯାଉଛି ତାକୁ ହିଁ ଅପେକ୍ଷାରେ ବଣ୍ଡା ଜନଜାତି ।

Leave a Reply

Your email address will not be published. Required fields are marked *