ମାଲକାନଗିରି ଜିଲ୍ଲାର ୭୪ ଗୋଟି ମନ୍ଦିରର ବିକାଶ ପାଇଁ ୧୪ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବାରୁ ବିଜେଡି ପକ୍ଷରୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ନେଇ ପ୍ରସ୍ତୁତି ବୈଠକ

Spread the love

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭବିଷ୍ୟତ ପିଢ଼ି ପାଇଁ ମାଲକାନଗିରି ଜିଲ୍ଲାରେ ଧାର୍ମିକ ତଥା ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକର ସଂରକ୍ଷଣ ତଥା ବିକାଶ ପାଇଁ ଭି.କେ ପାଣ୍ଡିଆନ୍ ଫାଇଭ-ଟି ଅଧୀନରେ ମାଲକାନଗିରି ଜିଲ୍ଲାର ସମସ୍ତ କ୍ଷେତ୍ର ପରିବର୍ତନ କରାଯାଉଛି । ସ୍ୱାସ୍ଥ୍ୟସେବା, ଶିକ୍ଷା, ଅର୍ଥନୀତି, କୃଷି, ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକର ବିକାଶ, ଆଧୁନିକୀକରଣ ଇତ୍ୟାଦି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେହିପରି ମାଲକାନଗିରି ଜିଲ୍ଲାର ୭୪ ଗୋଟି ମନ୍ଦିରର ବିକାଶ ପାଇଁ ୧୪ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ କାଲିମେଳା ବ୍ଲକ ସଦର ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ୨୫ ଲକ୍ଷ ଟଙ୍କା, ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ବଡ ଠାକୁର ମନ୍ଦିରର ଉନ୍ନତିକରଣ ନିମନ୍ତେ ୧ କୋଟି ୨୦ ଲକ୍ଷ ଟଙ୍କା ଓ ଏମଭି- ୭୯ ବାବା ତାରକେଶ୍ୱର ମନ୍ଦିରର ଉନ୍ନତିକରଣ ନିମନ୍ତେ ୧୫ ଲକ୍ଷ ଟଙ୍କା ଅନୁଦାନ ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି ।

ଏହି ଅବସରରେ କାଲିମେଳା ବ୍ଲକର ଜନସାଧାରଣ ଓ କାଲିମେଳା ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି, ମାନ୍ୟମକୋଣ୍ଡା ଜନସାଧାରଣ ଓ ମାନ୍ୟମକୋଣ୍ଡା ମନ୍ଦିର ଉନ୍ନୟନ କମିଟି ଓ ଏମଭି- ୭୯ ଜନ ସାଧାରଣ ଓ ବାବା ତାରକେଶ୍ୱର ମନ୍ଦିର ଉନ୍ନୟନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଜୁ ଜନତା ଦଳର ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ କାଲିମେଳା ବ୍ଲକ ସଦର ଜଗନ୍ନାଥ ମନ୍ଦିର, ମାନ୍ୟମକୋଣ୍ଡା ବଡ ଠାକୁର ମନ୍ଦିର ଓ ଏମଭି-୭୯ ବାବା ତାରକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ମନ୍ଦିର ଉନ୍ନୟନ କମିଟିଙ୍କୁ ନେଇ ଆସନ୍ତା ୬/୬/୨୩ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିସି ମାଧ୍ୟମରେ ଧନ୍ୟବାଦ ଅର୍ପଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜ଼ିଲ୍ଲା ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମି ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ୭୪ ଗୋଟି ମନ୍ଦିରର ବିକାଶ ପାଇଁ ୧୪ କୋଟି ଟଙ୍କା ଅନୁଦାନ ଉପରେ କାଲିମେଳା, ମାନ୍ୟମକୋଣ୍ଡା ଓ ଏମଭି- ୭୯ ଜନସାଧାରଣ ଓ ସମସ୍ତ ମନ୍ଦିର ଉନ୍ନୟନ କମିଟିଙ୍କୁ ଜଣାଇଲେ । ଏହି ବୈଠକରେ ବିଜୁ ଜନତା ଦଳ ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଓ ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାମୁଏଲ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଦାନ ଆସିଥିବା ଉନ୍ନୟନ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମିଶି ୧୦୦ ଜଣ ଲେଖାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, କାଲିମେଳା ସାଂସଦ ପ୍ରତିନିଧି ଇ. ଭେଙ୍କଟ ରାଓ, କାଲିମେଳା ଜ଼ିଲ୍ଲା ପରିଷଦ ଜୋନ ୨ ଜ଼ିଲ୍ଲା ପରିଷଦସଭ୍ୟା ମମତା ପଡିଆମି, କାଲିମେଳା ସରପଂଚ ପୃଥ୍ୱୀରାଜ ମାଝୀ, କାଲିମେଳା ପଂଚାୟତ ସଭାପତି ସୁଜୟ କୁମର ମିସ୍ତ୍ରୀ, ବରିଷ୍ଠ କର୍ମକର୍ତା କାଲିମେଳା ବି. ଭାସ୍କର ରାଓ, ସୁଧୀର ସ୍ୱାଇଁ, କାମସେନ ପ୍ରଧାନ, ନିହାରରଞ୍ଜନ ଦାସ, ନିହାର ଜେନା, ଜଗନ୍ନାଥ ମନ୍ଦିର ପୁରାଜୀ ରମେଶ ଚନ୍ଦ୍ର ଦାସ, ସଂଜୟ ପଡିଆମି, ଆଚାର୍ଜୟୀ ଗୋବିନ୍ଦ ତ୍ରିପାଠୀ, ରବିନ୍ଦ୍ର ଧଳ, ପୂଜକ ପ୍ରକାଶ ଚନ୍ଦ୍ର ଦାସ, ବରିଷ୍ଠ କର୍ମୀ କେ. ରାହୁଲ,ଏସ୍‌. ୍ୱାଲା, ମାନ୍ୟମକୋଣ୍ଡା ବଡ ଠାକୁର ଉନ୍ନୟନ କମିଟି ସଭାପତି ହରିବନ୍ଧୁ ଗଲରୀ, ପଂଚାୟତ ସଭାପତି ଆନନ୍ଦ ଖିଲ, ଏମଭି-୭୯ ତାରକେଶ୍ୱର ମନ୍ଦିର ଉନ୍ନୟନ କମିଟି ସଭାପତି ମଧୁସୂଦନ ରାଉତ, ଜୋନ୍ ସଂଯୋଜକ ଶମ୍ଭୁ ବାକଚି ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *