ବୋନସ, ମାସିକ ମଜୁରୀ ବୃଦ୍ଧି ଓ କନ୍ୟା ବିବାହ ସହାୟତା, ଜି ଏସ ଟି ପ୍ରତ୍ୟାହାର ଦାବୀ ନେଇ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ସମାବେଶ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Spread the love

ମାଲକାନଗିରି : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ଆଜି ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଯା ଙ୍କ ନେତୃତ୍ୱ ରେ ଜୟପୁର ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ମାଲକାନଗିରିଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ହାଟପଦା ଠାରୁ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଏକ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତିଯା ଏହି ସଭାରେ ବିଭିନ୍ନ ଦାବୀ ଉପସ୍ଥାପନା କରିବା ମଧ୍ୟରେ କେନ୍ଦୁପତ୍ର ତୋଳାଳୀ, ସିଯିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନେ ୨୦୧୪-୧୫ ମସିହାରେ ତଥା ପ୍ରୋତ୍ସାହନ ଏବଂ ସାମାଜିକ ନିରାପତ୍ତା ମୂଳକ ବିଭିନ୍ନ ସହାୟତା ୨୦୨୨ ମସିହା ପର୍ଯ୍ୟନ୍ତ ପାଇ ଆସୁଛନ୍ତି। କିନ୍ତୁ ଚଳିତ ବର୍ଷ ୨୦୨୨ ମସିହା କେନ୍ଦୁପତ୍ର ସଂସ୍ଥାର ଲାଭାଂଶ ବଣ୍ଟନ ବେଳେ ବୋନସ ଦେବାରେ ବ୍ୟତିକ୍ରମ କରାଯାଇ ବୋନସ ଦିଆ ଯାଇନାହିଁ। ଏହା ଫଳରେ କେନ୍ଦୁପତ୍ର ତୋଳାଳୀ, ସିଯିନାଲ୍ କର୍ମଚାରୀ, ବନ୍ଧେଇ ଶ୍ରମିକ ମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଆର୍ଥିକ ସହାୟତା ନାମରେ ଦିଆ ଯାଇଥିବା ୧୦୦୦ ଟଙ୍କା ଏବଂ ୧୫୦୦ ଟଙ୍କା କୁ ସରକାର ନିଜର ରାଜ କୋଷ ରୁ ଦେଲେ ସଂଘ ତାକୁ ସ୍ଵାଗତ କରିବ କିନ୍ତୁ ବୋନସ ନ ଦେଇ କେନ୍ଦୁପତ୍ର ର ଲାଭାଂଶ ରୁ ଆର୍ଥିକ ସହାୟତା ଦେବା ଯୋଗୁଁ ଲକ୍ଷ୍ ଲକ୍ଷ୍ ତୋଳାଳୀ ଏବଂ ଅଧିକାଂଶ କର୍ମଚାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ସହିତ କନ୍ୟା ବିବାହ ପାଇଁ ୫୦୦୦୦ଟଙ୍କା ସାମାଜିକ ନିରାପତ୍ତା ସହାୟତା, ଦୀର୍ଘ ୫ ବର୍ଷ ହେଲା ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି କରା ନ ଯିବା ଯୋଗୁଁ ହଜାର ହଜାର କର୍ମଚାରୀ ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ଏଣୁ ଅତିଶିଘ୍ର ସର୍ବନିମ୍ନ ମଜୁରୀ ଘୋଷଣା ପାଇଁ ଦାବୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଛାତ୍ର ବୃତ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧାପନ୍ତରିଆ ଭାବରେ ଅଛି, ଚୂଡାନ୍ତ ହୋଇ ପାରିନାହିଁ, ଏହାକୁ ଅତିଶୀଘ୍ର ଚୂଡାନ୍ତ କରିବା ପାଇଁ ମଧ୍ୟ ଦାବୀ ହୋଇଛି। ଥରେ ବୋନସ ଦେବା ବନ୍ଦ ହୋଇଗଲେ ଭବିଷ୍ୟତ ପାଇଁ ରହିବ ନାହିଁ। ଯାହାକି କେନ୍ଦୁପତ୍ର ଶ୍ରମିକର ହକ ଓ ଅଧିକାର। ଆମେ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ଦୟାର ପାତ୍ର ନ ହୋଇ ପୂର୍ବ ଅଧିକାର କୁ ସାବ୍ୟସ୍ତ କରିବା, ଏବଂ କେନ୍ଦୁଲିଫି ଉନୟନ୍ମ ବୋର୍ଡ ର (ଯେଉଁ ବୋର୍ଡ ର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି) ମତାମତ ନ ନେଇ ଏକଚାଟିଆ ଭାବରେ ନିଆ ଯାଉଥିବା ବିଭିନ୍ନ ନିଷ୍ପତି ଓ ଘୋଷଣା ଶ୍ରମିକ ମାନଙ୍କ ହିତ ବିରୋଧରେ ଯାଉଥିବା ଯୋଗୁଁ ଏହା କୁ ବିରୋଧ କରିବା ସହ ତୁରନ୍ତ ବୈଠକ ଆହ୍ଵାନ ପାଇଁ ଦାବୀ କରିଛନ୍ତି!, ଜୟପୁର ଡିଭିଜନ କୁ ଫାଲ ପରିବର୍ତ୍ତେ ପ୍ରୋସେସ ବୋଲି ଶ୍ରୀ ମୂତ୍ତୁଜା ପ୍ରକାଶ କରିଥିଲେ।

ଏଥିରେ ହଜାର ହଜାର ସଂଖ୍ୟାରେ ତୋଳାଳୀ, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ସମାବେଶ ରେ ଉପସ୍ଥିତ ରହିବା ସହ ସମାଜ ସେବୀ ଶରତ ଚନ୍ଦ୍ର ବୁରୁଦା,ବିଜୟ ପଟ୍ଟନାୟକ,ଜୟଦେବ ଅଜମେରୀ, ଭବତୋଷ ମଣ୍ଡଳ , ସୁନିଲ ମଣ୍ଡଳ , ଅବିନାଶ ହାଲଦାର ,ପଦ୍ମା ଗାଛି, ମିନତି ପଟ୍ଟନାୟକ, ଭଗବତୀ ଗଡ଼ନାୟକ , ତୁଳସୀ ଧୁରୁଆ , ଦେବି ମାଡକାମି , ଅରୁଣା ପଟ୍ଟନାୟକ, ଧମନୀ ପାଙ୍ଗି ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *