ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ନୂତନ କର୍ମକର୍ତା ଚୟନ ହୋଇଯାଇଛି । ଏହି ସମିତିର ଅଧ୍ୟକ୍ଷା ଭାବେ ସଂଯୁକ୍ତା ପ୍ରଧାନ ଙ୍କୁ ମନୋନୀତ କରାଯାଇ ଥିବା ବେଳେ ଅନ୍ୟ ଜଣେ ମହିଳା ସହିତ ତିନିଜଣ ପୁରୁଷ ଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି । ଓଡିଶା ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁଯାୟୀ ମାଲକାନଗିରି ଜିଲ୍ଲାର ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଭାବେ ସଂଯୁକ୍ତା ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେହିପରି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ଭାବେ କୁଞ୍ଜଲତା ପ୍ରଧାନ , ସଦସ୍ୟ ରୂପେ କିଶୋର ଚନ୍ଦ୍ର ମହାରଣା , ବିଭୁ ଭୂଷଣ ବେହେରା , ମନୋଜ ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଛି । ସୂଚନା ଯୋଗ୍ୟ ଯେ ୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ୫ବର୍ଷ ଧରି ପୂର୍ବରୁ ସଂଯୁକ୍ତା ପ୍ରଧାନ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ଭାବେ ରହି ସୁଚାରୁ ଭାବେ କାର୍ଯ୍ୟ ତୁଲାଇ ଆସିଥିଲେ । ପୁଣିଥରେ ତାଙ୍କୁ ନୂତନ ଅଧ୍ୟକ୍ଷା ଭାବେ ଚୟନ କରାଯାଇଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now