ମାଓବାଦୀଙ୍କ ସ୍ପାଇକ୍ ହୋଲ୍ ଠାବ କଲେ ସୁରକ୍ଷାକର୍ମୀ

Spread the love

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା। ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ସ୍ପାଇକ୍ ହୋଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ। ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ପୋଲିସ ମିଳିତ ଭାବେ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ କରୁଥିବା ବେଳେ ସ୍ପାଇକ୍ ହୋଲ୍ ଠାବ କରାଯାଇଥିଲା। ତେଲେଙ୍ଗାନାର ଭଦ୍ରାଦୀ କୋତାଗୁଡ଼େମ ଜିଲ୍ଲାର ପୁସୁଗୁପା ଜଙ୍ଗଲରେ ମାଓବାଦୀ ଏହି ସ୍ପାଇକ୍ ହଲ୍ କରିଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ। ଏନେଇ ସୂଚନା ଦେଇଛନ୍ତି ଭଦ୍ରାଦୀ କୋତାଗୁଡ଼େମ ଏସପି। ଆଦିବାସୀଙ୍କ ପାଇଁ ଲଢ଼ୁଥିବା ମାଓବାଦୀ ସେମାନଙ୍କୁ ହିଁ ଟାର୍ଗେଟ କରୁଛନ୍ତି । ଜଙ୍ଗଲରେ ମାଓବାଦୀ ବୋମା ଖଞ୍ଜିବା ସହ ସ୍ପାଇକ୍ ହଲ୍ କରି ଆଦିବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି ବୋଲି କହିଛନ୍ତି SP। ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ମାଓବାଦୀଙ୍କ ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରୁଛନ୍ତି । ଜଙ୍ଗଲରୁ ପୋଲିସ ୪୩୯୬ଟି ଲୁହା ଥିବା ସ୍ପାଇକ୍ ଗୁଡ଼ିକ ଜବତ କରିଛି। ପରେ ସୀମାନ୍ତ ଅଞ୍ଚଳରେ ତିନି ରାଜ୍ୟର ପୁଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପେରେସନକୁ ଜୋରଦାର କରାଯାଇଛି।

Leave a Reply

Your email address will not be published. Required fields are marked *