ବନ୍ୟା ପାଣିଘେରରେ ଟେମୁରପାଲି

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ସମିତି ଅନ୍ତର୍ଗତ ଟେମୁରପାଲି ପଂଚାୟତ ସଦର ଗ୍ରାମ ଆଜି ବର୍ଷା ପାଣି ଜନିତ ବନ୍ୟା ଜଳ ଘେରରେ ରହିଅଛି । ଗ୍ରୁରୁବାର ସକାଳ ପ୍ରାୟ ୫ଟା ରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଦିନ ୯ଟା ବେଳକୁ ପାହାଡି ଝରଣା ରେ ଧୀରେ ଧୀରେ ଜଳସ୍ତର ବଢ଼ିବାକୁ ଲାଗିଥିଲା। ଅପରାହ୍ନ ୧୨ଟା ବେଳକୁ ପୁରା ଗ୍ରାମ ବନ୍ୟା ଜଳ ଘେରରେ ରହିଯାଇଥିଲା।ଗ୍ରାମ ରୁ କେହି ବାହାରକୁ କିମ୍ବା ଗ୍ରାମ ବାହାରକୁ ଆସିଥିବା ଗ୍ରାମବାସୀ ଆଉ ଫେରି ନପାରି ବାହାରେ ଅଛନ୍ତି। ଗୃହପାଳିତ ପଶୁ ସମେତ ମଣିଷ ବି ପୁରା ଜଳ ଘେରରେ ରହିଛନ୍ତି। ରିପୋର୍ଟ ଲେଖାହେଲା ବେଳକୁ ବି ଜଳ ସ୍ତର ସାମାନ୍ୟ କମିଥିଲେ ହେଁ ସ୍ଵାଭାବିକ ଅବସ୍ଥାକୁ ଆସି ନଥିବାର ସୂଚନା ମିଳିଛି। ବିଗତ ଦିନର ସବୁ ରେକର୍ଡ଼ ଭାଙ୍ଗି ବର୍ଷା ଜଳ ଜୁଲାଇ ମାସରେ ଏପରି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ସେହି ପରି ତୁଳସୀ, କେରିମେଟି, ରାସ୍ତାରେ ମାଟି ଅତଡ଼ା ଖସି ଯାତାୟତ ଠପ୍ ହୋଇଯାଇଛି। ସେହିପରି ଆଗ୍ରୀ ଯୋଡ଼ି ଆଉ ଫୁଲ ଯୋଡ଼ି ବ୍ରିଜ ଉପରେ ୫ ଫୁଟ ପାଣି ପ୍ରଭାବିତ ହେଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *