ରାଜ୍ୟ ଖାଦ୍ୟ ଆୟୋଗଙ୍କ ଝାରସୁଗୁଡ଼ା ଗସ୍ତ

Spread the love

ଝାରସୁଗୁଡ଼ା : ରାଜ୍ୟ ଖାଦ୍ୟ ଆୟୋଗ ଝାରସୁଗୁଡ଼ାକୁ ଦି ଦିନିଆ ଗସ୍ତରେ ଆସି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଆୟୋଗ ହିର୍ମା ଓ କୁଦପାଲି ସ୍ଥିତ ଯୋଗାଣ ବିଭାଗର ସୁଲଭ ମୂଲ୍ୟ ଦୋକାନ ପରିଦର୍ଶନ କରିବା ସହ ବୋର୍ଡ ଓ ରେଜିଷ୍ଟାର ଯାଞ୍ଚ କରିଥିଲେ ।ସାଧାରଣ ବଣ୍ଟନ ବ୍ୟବସ୍ଥା ହିତାଧିକାରୀମାନଙ୍କୁ ଚାଉଳ ଠିକ ଭାବରେ ବଣ୍ଟନ କରାଯାଉଛି କି ନାହିଁ ପଚାରି ବୁଝିଥିଲେ । ପରେ ଆୟୋଗ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ସାମଗ୍ରୀ ଯାଞ୍ଚ କରିଥିଲେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଷ୍ଟି ସାଧନ କେନ୍ଦ୍ରରେ ପୁଷ୍ଟିହୀନତାର ଶିକାର ଶିଶୁ ମାନଙ୍କୁ ଦିଆଯାଉଥିବା ପୁଷ୍ଟିଯୁକ୍ତ ଖାଦ୍ୟ ଓ ଔଷଧ ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁ ଓ ଆୟୋଗଙ୍କ ପରାମର୍ଶଦାତା ତମାଲ ରେଜା , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *