ତମସା ପଞ୍ଚାୟତ ୱାର୍ଡ ନଂ ୬ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ପୂର୍ବତନ ବିଧାୟକ

Spread the love

ମାଲକାନଗିରି : ମାଲକାନଗିରି ବ୍ଲକ ତମସା ଗ୍ରାମ ପଂଚାୟତର ୱାର୍ଡ ନମ୍ବର ୬ ର ଯୁବକ ଓ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷା ସାମଗ୍ରୀ ଯୋଗାଇବା ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମି ନିଜେ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି । ଆଜି ୱାର୍ଡ ନମ୍ବର ୬ ତାମସା ଗ୍ରାମର ଯୁବକ ଓ ଛାତ୍ର ଛାତ୍ରୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ସହ ପାଠ ପଢିବା ପାଇଁ ଦୁଇଟି ପଙ୍ଖା ପ୍ରଦାନ କରିବା ସହ ଗୋଟିଏ ବ୍ଲାକ ବୋର୍ଡ, ଖେଳିବା ପାଇଁ ଗୋଟିଏ କେରମ୍ ବୋର୍ଡ ପ୍ରଦାନ କରିଛନ୍ତି । ପୂର୍ବତନ ବିଧାୟକ ମାନସ ମାଡକାମି ଛାତ୍ରଛାତ୍ରୀଙ୍କର ଉଜ୍ୱଳ ଭବିଷ୍ୟତ ଗଠନ, ଉତମ ଶିକ୍ଷା, ଉତମ ଆଚରଣ କରିବା ସହ ଗୁଣାତ୍ମକ ଶିକ୍ଷା ଲାଭ କରି କିଭଳି ଏକ ସଫଳ ବ୍ୟକ୍ତି ହୋଇ ନିଷ୍ଠାପର, କର୍ତବ୍ୟ ପରାୟଣ, ପରୋପକାରୀ ତଥା ଦାୟିତ୍ୱ ସମ୍ପନ୍ନ ହେବା ପାଇଁ ଯୁବ ଗୋଷ୍ଠିଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ସଭ୍ୟ ନାଗା କବାସୀ, ବରିଷ୍ଠ ବିଜେଡି ନେତା ଡ଼ଃ.କାମରାଜ କବାସୀ, ଯୁବ ନେତା ଗାନ୍ଧୀ କୁମାର ପଣ୍ଡା, ଯୁବ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ସିକଦାର, ଉଙ୍ଗା ପଡ଼ିଆମୀ, ଯୁବ ଗୋଷ୍ଠି ସଭାପତି ବିଜୟ କୁମାର ପଡ଼ିଆମୀ, ପାଣ୍ଡୁ ମାଡକାମୀ, ନନ୍ଦ କବାସୀ, ଇର୍ମା କବାସୀ ଓ ମନ୍ଦିର ପୂଜାରୀ ରାମ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *