ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ମାଲକାନଗିରି : ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ କଏଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କୁ ମାଲକାନଗିରି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ କଏଦୀ ଜଣକ ଏମପିଭି- ୩ ୭ ଗ୍ରାମର ବିଧାନ ମିର୍ଦ୍ଧା ବୋଲି ସୂଚନା ରହିଛି।

ସେ ଆଜି ଭୋର ଚାରିଟା ସମୟରେ ଶୌଚ ପାଇଁ ପାଇଖାନାକୁ ଯାଇଥିଲେ। ଏକ ହତ୍ୟା ମାମଲାରେ ବିଧାନ ମିର୍ଦ୍ଧା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳରେ ସେ ମାଲକାନଗିରିର ଉପକାରାଗାରରେ କଏଦୀ ଭାବେ ରହୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *