ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କଳାବ୍ୟାଚ ପିନ୍ଧି କଲେ କାର୍ଯ୍ୟ

Spread the love

ମାଲକାନଗିରି : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ଵାନ କ୍ରମେ ସୋମବାର ମାଲକାନଗିରି ଜିଲ୍ଳାର ପିଇଓ ସଂଘର ପକ୍ଷରୁ ଚିତ୍ରକୋଣ୍ଡା, କୋରୁକୋଣ୍ଡା, ଖଇରପୁଟ, ମାଥିଲି, ମାଲକାନଗିରି, କାଲିମେଳା ଓ ପଡ଼ିଆ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କଳାବ୍ୟାଚ ପିନ୍ଧି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି।

ପ୍ରକାଶ ଯେ, ଗତ ୩ ତାରିଖ ଦିନ ସମସ୍ତ ୭ ଟି ଯାକ ବ୍ଲକ ପିଇଓ ସଂଘ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ବି.ଡି.ଓଙ୍କୁ ୨ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ପିଇଓ ଚାକିରିରେ ପ୍ରବେଶ ନିମନ୍ତେ ଶିକ୍ଷାଗତ ଯୋଗ୍ୟତାକୁ ପରିବର୍ତ୍ତନ କରାଯାଇ ଯୁକ୍ତ ଦୁଇ ଏବଂ ଡିଗ୍ରୀ ଯୋଗ୍ୟତା ମାପଦଣ୍ଡ ରଖାଯାଉ ଏବଂ ପେ ଲେବଲ-୫ରୁ ପେ ଲେବୁଲ -୯କୁ ଉନ୍ନିତ କରାଯାଇ ୨୧ ହଜାର ୭ ଶହ ଟଙ୍କାକୁ ୩୫ ହଜାର ୪ ଶହ ଟଙ୍କା ଦରମା କରାଯାଉ। ଏହା ସହିତ ଦଶବର୍ଷ ଚାକିରୀ ପୂରଣ ପିଇଓଙ୍କ ପଦୋନ୍ନତି ସହିତ ୩୦ରୁ ୪୦ ବର୍ଷ ଚାକିରି କରିଥିବା ପିଇଓଙ୍କୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାର ସଂଘର ଦାବି ପୂରଣ ନକରିବାରୁ ୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ପିଇଓ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବାକୁ ଧମକ ଦିଆଯାଇଥିଲା। ୧୭ ତାରିଖ ସୁଦ୍ଧା ଦାବୀ ପୂରଣ ନହେଲେ ଆସନ୍ତା ୧୮ରୁ ସମସ୍ତେ ସାମୁହିକ ଛୁଟିରେ ରହିବା ପାଇଁ ଦାବିରେ ଦର୍ଶାଯାଇଥିଲା। ସଂଘର ନିଷ୍ପତିକ୍ରମେ ଆଜି ବ୍ଲକ୍ ର ସମସ୍ତ ପିଇଓ କଳାବ୍ୟାଚ ପିନ୍ଧି କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ସରକାର ପଞ୍ଚାୟତ ବ୍ୟବସ୍ଥାର ସୁପରିଚାଳନାରେ ପିଇଓଙ୍କ ଭାଗିଦାରୀକୁ ଦୃଷ୍ଟିରେ ରଖି ସଂଘର ଦାବି ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବ୍ଲକ ପିଇଓ ସଂଘ ଦାବି କରିଛି।

କାଲିମେଳା ବ୍ଳକରେ ଆଜି ପିଇଓ ଶ୍ରୀନିବାସ ପଣ୍ଡା, ଗୋଲକ ପଟ୍ଟନାୟକ, ପଦ୍ମନାଭ ଵାଲା, ଦାମଦୋର ଖିଲ, ଗଙ୍ଗାଧର ଖିଲ, ପାଣ୍ଡିଆ ପାପୁଲୁ,ବଦଲି ପିଇଓ ବର୍ମନ ଓ ଲୁଗେଲ ପିଇଓ ରଫିକ ପ୍ରମୁଖ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *