ସୁଧାକୋଣ୍ଡା ଜଙ୍ଗଲରେ କଲଭର୍ଟ ତଳୁ ଟିଫିନ ବୋମା ଉଦ୍ଧାର

Spread the love

ମାଲକାନଗିରି : ମାଓବାଦୀଙ୍କ ପକ୍ଷରୁ ବଡ଼ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ । ମାଲକାନଗିରି ଏମଭି-୭୯ର ସୁଧାକୋଣ୍ଡା ଜଙ୍ଗଲରେ ଏକ କଲଭର୍ଟ ତଳେ ଯବାନଙ୍କୁ ଟାର୍ଗେଟ୍ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ବିଏସଏଫ ୧୪୨ ବାଟାଲିଅନର ଯବାନ ମାନେ ଏହି ଟିଫିନ ବୋମାକୁ ସେଠାରେ ଠାବ କରିବା ସହ ଏହାକୁ ନିଷ୍କ୍ରିୟ କରିଛନ୍ତି । ଫଳରେ ଏକ ବଡ ଧରଣର ଅଘଟଣରୁ ଅଳ୍ପକ ବର୍ତିଯାଇଛନ୍ତି ଯବାନ । 

Leave a Reply

Your email address will not be published. Required fields are marked *