ସାମାଜିକ ଗଣମାଧ୍ୟମରେ ଭିଉୟର୍ସ ବଢାଇବା ପାଇଁ ସାପକୁ ମାରି ଭିଡିଓ ଭାଇରାଲ କରୁଛନ୍ତି ଯୁବକ

Spread the love

ମାଲକାନଗିରି : ସାମାଜିକ ଗଣମାଧ୍ୟମରେ ଭିଉୟର୍ସ ବଢାଇବା ପାଇଁ ସାପକୁ ମାରି ଭିଡିଓ ଭାଇରାଲ କରୁଛନ୍ତି ଯୁବକ । ଅଦିନିଆ ବର୍ଷା ଓ ଖାଦ୍ୟ ଅନ୍ବେଷଣ ପାଇଁ ଜଙ୍ଗଲୀ ପ୍ରାଣୀ ଏବେ ଗାଁ ମୁହାଁ ହେଉଥିବା ବେଳେ କିଛି ଖଳ ପ୍ରକୃତିର ମଣିଷ ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ନିଳାଦ୍ରିନଗର ଗ୍ରାମରେ । ଗତ କିଛି ଦିନ ପୂର୍ବରୁ ଏକ ଅଜଗର ସାପ ଖାଦ୍ୟ ଅନ୍ବେଷଣରେ ନିଳାଦ୍ରିନଗର ଗାଁକୁ ପସି ଆସିଥିବାବେଳେ ଗାଁର କିଛି ବ୍ୟକ୍ତି ତାକୁ ସୁରକ୍ଷା ଦେବା ପରିବର୍ତ୍ତେ ଆକ୍ରମଣ କରି ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି । ଆଉ ସାପଟିକୁ ମାରିବା ସମୟରେ ତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ବାଃ ବାଃ ନେଉଛନ୍ତି ।

ଏ ନେଇ ବାଲିମେଳା ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ସେ ସାପକୁ ମାରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *