ପାତ୍ରପୁଟ ଗାଁ କୁ କେବେ ପହଂଚିବ ବିକାଶ

Spread the love

ମାଲକାନଗିରି : ସ୍ୱାଧୀନତା ର ସାତ ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧାଠାରୁ ମାଇଲ ମାଇଲ ଦୂରରେ ଘାଟି ମଣିଷ । ପାହାଡି ଇଲାକା ଗାଁ ପାତ୍ରପୁଟ । ଏଠି ସୁଯୋଗ ନାହିଁ କି ପ୍ରଶାସନର ପ୍ରତିଛବି ନାହିଁ । ଗାଁରେ ଅଧିକାରୀଙ୍କ ପାଦ ପଡୁଛି ହେଲେ ପାହାଡି ଗାଁର ପରିସ୍ଥିତିକୁ ବଦଳାଇ ପାରୁନାହାନ୍ତି ସରକାରୀ ବାବୁ । ଶେଷରେ ବ୍ଲକ ଅଧ୍ୟକ୍ଷଙ୍କୁ ଗାଁକୁ ଡାକି ଦୁଃଖର ପସରା ଖୋଲିଲେ ଘାଟି ମଣିଷ ।ଏହାସହ ବର୍ଷ ବର୍ଷର ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କୁ କୈଫତ୍ ମାଗିଛନ୍ତି ଗ୍ରାମବାସୀ ।ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ମୌଳିକ ସବିଧାଠୁ ବହୁ ଦୂରରେ ପାହାଡି ଘାଟି ମଣିଷ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ପାହାଡି ଇଲାକାରେ କିଏ ନାଳ ପାଣି ପିଇ ପ୍ରାଣ ହରାଉଛି ତ ଆଉ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ପହଂଚି ନପାରି ମୃତ୍ୟୁମୁଖରେ ପଡୁଛି । ବିକାଶର ଆଢୁଆଳ ରେ ଅଣ୍ଡ୍ରାହଲ ପଂଚାୟତର ପାତ୍ରପୁଟ ଗାଁ ଲୋକେ । ଗାଁରେ ସ୍କୁଲ ଅଛି କିନ୍ତୁ କେବେ ବି ଆସନ୍ତି ନାହିଁ ଶିକ୍ଷକ । ସମସ୍ୟା ଭିତରେ ଘାଣ୍ଟି ହୋଇ ଅଣନିଶ୍ୱାସୀ ହେବା ପରେ ଖଇରପୁଟ ବ୍ଲକ ଅଧ୍ୟକ୍ଷଙ୍କୁ ଡାକି କୈଫତ୍ ମାଗିଛନ୍ତି ଘାଟି ମଣିଷ । ପାନୀୟ ଜଳ. ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ବାଟ କେବେ ଫିଟିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।ଏମିତି ପ୍ରଶ୍ନର ଉତ୍ତର ମାଗିଛନ୍ତି ପାତ୍ରପୁଟ ଗାଁ ଲୋକେ । ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀଙ୍କୁ ପାଖରେ ପାଇ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଗ୍ରାମବାସୀ । ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିବା ପରେ ମଧ୍ୟ କୈାଣସି ସମାଧାନ ହେଉନଥିବା ଅଭିଯୋଗ କରୁଛନ୍ତି ଅଣ୍ଡ୍ରାହଲର ପୂର୍ବତନ ସରପଂଚସୋମନାଥ ଶିଶା । ଗାଁ ଲୋକଙ୍କ ପ୍ରଶ୍ନ ବାବ ଦରେ ଜିଲ୍ଲାସ୍ତରର ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ।

ରାଜ୍ୟ ସରକାରଙ୍କ ତରଫରୁ ବଣ୍ଡାଘାଟିରେ ସ୍ୱତନ୍ତ୍ର ଫୋକସ ଦେବାକୁ ବିଭିନ୍ନ ଉନ୍ନୟନ ସଂସ୍ଥା କାମ କରୁଛି । ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ସୁବିଧା ଠାରୁ ବହୁ ଦୂରରେ ଘାଟି ମଣିଷ ।

Leave a Reply

Your email address will not be published. Required fields are marked *