ମାଲକାନଗିରି ଦୌରାଜଜ୍ କୋର୍ଟରେ ଖୋଲିଲା ମହିଳା ଅଦାଲତ

Spread the love

ମାଲକାନଗିରି : ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଭର୍ଚ୍ଚୁଆଲ ମୋଡରେ ଏହାର ଉଦଘାଟନ କରିଛନ୍ତି ।

ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ଉଦଘାଟିତ ହୋଇଯାଇଛି ମହିଳା ଅଦାଲଦ । ଭର୍ଚ୍ଚୁଆଲ ମୋଡରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଏହାର ଉଦଘାଟନ କରିଛନ୍ତି । ଏହି ମହିଳା କୋର୍ଟର ବିଚାରପତି ରହିଛନ୍ତି ସହକାରୀ ଦୌରାଜଜ ବବିତା ଦାସ । କୋର୍ଟରେ ମୁଖ୍ୟତଃ ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ମାମଲାର ବିଚାର କରାଯିବ । ଘରୋଇ ହିଂସା ଓ ଅନ୍ୟାନ୍ୟ ମହିଳା ସମ୍ବନ୍ଧୀୟ ମାମଲା ଏହି କୋର୍ଟରେ ଶୁଣାଣି ହୋଇପାରିବ । ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ, ବିଚାରପତି ଏମ ଏସ୍ ରମନ, ଜିଲ୍ଲା ଦୌରାଜଜ୍ ଅଜନ୍ତା ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଉଦୟଭାନୁ ଜେନା, ସିଜେଏମ୍ ସତ୍ୟପ୍ରିୟ ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଜୟ କୁମାର ଦାସ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ରାକେଶ କୁମାର ମୁଦୁଲି, ରେଜିଷ୍ଟାର ଅରୂପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ସମେତ ପୁରୀ, ବୌଦ୍ଧ,ଅନୁଗୋଳ, କଂଟାମାଳ, ପୁରୁଷୋତମପୁର, କଳାହାଣ୍ଡିର ଜୟପାଟଣା, ଝାରସୁଗୁଡ଼ା, ସୁନ୍ଦରଗଡ, ବାଲେଶ୍ୱର, ଉଦୟଗିରି ଓ ବରଗଡରେ ମହିଳାଙ୍କ ପାଇଁ କୋର୍ଟ ସହ ସିଭିଲ କୋର୍ଟର ଶୁଭ ଉଦଘାଟନ କରିଥିଲେ ଜଷ୍ଟିସ ଏସ ମୁରଲୀଧର । ଏହି ସମୟରେ ବିଭିନ୍ନ ଜିଲ୍ଲାର ଦୌରାଜଜ ଓ ଅନ୍ୟାନ୍ୟ ବିଚାରପତିଙ୍କ ସହ ଜିଲ୍ଲାପାଳ ଓ ଏସ୍ ପି ମାନେ ଉପସ୍ଥିତ ଥିଲେ । ସୂଚନା ଥାଉକି, ଗତବର୍ଷ ମାଲକାନଗିରି ଜିଲ୍ଲାର ମାଥିଲି ଓ କୁଡୁମୁଲୁଗୁମ୍ମା ଠାରେ ଜେଏମ୍‌ଏଫ୍ ସି କୋର୍ଟ ଖୋଲାଯାଇଥିଲା । ସେହିଭଳି କିଛିମାସ ପୂର୍ବରୁ କୋରକୁଣ୍ଡା ଠାରେ ଗ୍ରାମ୍ୟ ନ୍ୟାୟାଳୟ ଖୋଲାଯାଇଛି । ଯାହା ଫଳରେ ଏହି ଅଞ୍ଚଳର ଲୋକମାନେ ଛୋଟ ଛୋଟ କେସରେ ନ୍ୟାୟ ପାଇବା ପାଇଁ ମାଲକାନଗିରି ଆସିବାକୁ ପଡୁନାହିଁ । ସେହିପରି ମାଲକାନଗିରି ଠାରେ ଡିଜେ କୋର୍ଟ ସହ,ଏଡିଜେ କୋର୍ଟ, ସବ୍ ଜର୍ଜ କୋର୍ଟ, ସିଜିଏମ୍ କୋର୍ଟ, ଏଟିଜିଏମ୍ କୋର୍ଟ, ଡିଏଲ୍ ଏସ୍ ସେକ୍ରେଟେରି କୋର୍ଟ ଓ ଜେଏମ୍‌ଏଫ୍ ସି କୋର୍ଟ ରହିଛି । ସେସଭାଗ ଏମ୍ ଭି ୭୯ ଠାରେ ମଟୁ ଏଟିଜିଏମ୍ କୋର୍ଟ ରହିଛି । ଓଡିଶାର ମୋଟ ୬ଟି ସ୍ଥାନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସହକାରୀ ଦୌରା ଜର୍ଜ ଅଦାଲତ ଖୋଲାଯାଇଛି । ନବରଙ୍ଗପୁର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, ବୌଦ୍ଧ ଓ ମାଲକାନଗିରି ଠାରେ ମହିଳା ଅଦାଲତର ଉଦଘାଟନ ହୋଇଥିବାବଳେ ପୁରୀ, କଂଟାମାଳ, ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର, କଳାହାଣ୍ଡିର ଜିଲ୍ଲାର ଜୟପାଟଣା ଓ କନ୍ଧମାଳର ଜି ଉଦୟଗିରି ଠାରେ ସିଭିଲ କୋର୍ଟର ଉଦଘାଟନ ହୋଇଯାଇଛି ।

Leave a Reply

Your email address will not be published. Required fields are marked *