ମାଲକାନଗିରି ବନଖଣ୍ଡରେ ବିଶ୍ୱ ପରିବେଶ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ବନଖଣ୍ଡରେ ବିଶ୍ୱ ପରିବେଶ ଦିବସ-୨୦୨୩ ଗତକାଲି ପାଳିତ ହୋଇଯାଇଛି । ଚଳିତ ବିଶ୍ୱ ପରିବେଶ ଦିବସର ବିଷୟ ବସ୍ତୁ ଥିଲା-ପ୍ଲାଷ୍ଟିକ ପ୍ରଦୂଷଣ ଓ ଏହାର ନିରାକରଣ । ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀ ଯୋଗଦେଇ ବିଶ୍ୱ ପରିବେଶ ଉପରେ ଆଲୋକପାତ କରିବା ସହ ପ୍ଲାଷ୍ଟିକ ବହୁଳ ପରିମାଣରେ ବ୍ୟବହାର ଯୋଗୁଁ କିପରି ଜମି ଏବଂ ଜଳ ପ୍ରଦୂଷଣ ଆଡକୁ ଗତି କରୁଛି ବୁଝାଇଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ମତ୍ୟୁବରଣ କରିଥିବା ବନରକ୍ଷୀ ବାପି ମଣ୍ଡଳ, କାଠ ମାଫିଆଙ୍କ ଗୁଳିରେ ଶହୀଦ ହୋଇଥିବା ଶିମିଳିପାଳ ବନଖଣ୍ଡର ବନରକ୍ଷୀ ବିମଳ କୁମାର ଜେନା ଏବଂ ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ସ୍ୱର୍ଗତ ଆତ୍ମାମାନଙ୍କ ସଦଗତି କାମନା କରି ଶ୍ରଦ୍ଧଞ୍ଜଳୀ ଜ୍ଞାପନ କରାଯାଇଥିଲା। ମାଲକାନଗିରି ବନାଞ୍ଚଳର ସମସ୍ତ ବନ କର୍ମଚାରୀମାନେ ସତୀଗୁଡା ଇକୋ-ପାର୍କ ଠାରେ ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ଲାଷ୍ଟିକ ବ୍ୟବହାରର କୁପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ବନଖଣ୍ଡରେ ଥିବା ସମସ୍ତ ବନାଞ୍ଚଳ କାର୍ଯ୍ୟାଳୟଗୁଡିକରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କରାଯାଇ ସଫେଇ କାର୍ଯ୍ୟର ଆୟୋଜନ କରାଯାଇଥିଲା। ମାଲକାନଗିରି ଜିଲ୍ଲାର ୭ ଗୋଟି ବିଭିନ୍ନ ଅନୁଷ୍ଠାନକୁ ଭୁବନେଶ୍ୱର ଠାରେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ବନଖଣ୍ଡ ସହକାରୀ ବନ ସଂରକ୍ଷକ କନ୍ଦନ ସିଂ, ଶ୍ରୀମତୀ ଲିଲି ଅମାତ୍ଯ, ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ ଏବଂ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *