Malkangiri

ବିଏସଏଫ୍ ଯବାନଙ୍କ ଦ୍ୱାରା ମାଟି ତଳୁ ବହୁ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ମାଲକାନଗିରି : ମାଓବାଦୀ ମାନେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରି ମାଟି ତଳେ ଡମ୍ପ ଭିତରେ ଲୁଚାଇ ରଖିଥିବା ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ କୁ ବିଏସଏଫ ଯବାନ ମାନେ ଉଦ୍ଧାର କରିବା ସହ ମାଓବାଦୀ ଙ୍କ ଯୋଜନା କୁ ପଣ୍ଡ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଜାଙ୍ଗିବାଡ଼ା ଠାରେ ମାଓ ଦମନ ପାଇଁ ମୂତୟନ ହୋଇଥିବା ୧୪୨ବାଟାଲିଆନ ର ବିଏସଏଫ ଯବାନ ମାନେ ଆଜି ସର୍ଚ୍ଚ ଅପରେସନ ରେ କାଲିମେଳା ଥାନା ଅନ୍ତର୍ଗତ ଆମପଦର – ଏଲକାନୁର ରାସ୍ତା ଓ ବଦଳିଗୁଡା -ବୃନ୍ଦାମାମୁଡି ରାସ୍ତାରେ ଯାଇଥିବା ବେଳେ ମାଟି ତଳେ ମାଓ ବିସ୍ଫୋରକ ସାମଗ୍ରୀ ପୋତି ରଖିଥିବା ଜାଣିବାକୁ ପାଇଥିଲେ । ପରେ ସୁରକ୍ଷିତ ଭାବେ ମାଟି ତଳୁ ସମସ୍ତ ସାମଗ୍ରୀ ଗୁଡିକୁ ଉଦ୍ଧାର କରି କ୍ୟାମ୍ପ କୁ ଆଣିଥିଲେ!ଉଦ୍ଧାର ସାମଗ୍ରୀ ଗୁଡିକ ମଧ୍ୟରେ ଥ୍ରୀ ନଟ ଥ୍ରୀ ରାଇଫଲ ଗୋଟିଏ, ଏସ ବି ଏମ ଏଲ ବେରେଲ ୧୧ ଟି, ଥ୍ରୀ ନଟ ଥ୍ରୀ ମ୍ୟାଗାଜିନ ଗୋଟିଏ, ହ୍ୟାଣ୍ଡ ଗ୍ରେନେଡ଼ ୧ ୫ ଟି,ହ୍ୟାଣ୍ଡଗ୍ରେନେଡ଼ ଚାବି ୨ ୬ ଟି, ଦେଶୀ ବନ୍ଧୁକ ୩ ଟି, ୫୧ ଏମ ଏମ ମୋଟର ବମ ୨ ଟି, ଗ୍ୟାସ ଓଲଡିଙ୍ଗ ମେସିନ ଗୋଟିଏ, ଡ୍ରିଲ ନଟ ୧ ୧ ୨ ଟି, ଥ୍ରୀ ନଟ ଥ୍ରୀ ବନ୍ଧୁକ ଜୀବନ୍ତ ଗୁଳି ୪୨ଟି, ୨ ୫ ୦ମିଟର ତାର, ରକେଟ ଲଂଚର ଗୋଟିଏ, ଚାର୍ଜର ୭ ଟି, ଜିଲୋଟିନ ୨ ୯ ଟି, ଆଲମିନା ନାଇଟ୍ରେଟ ୫ ପ୍ୟାକେଟ, ଇଲେକ୍ଟ୍ରି ଡିଟୋନେଟର ୩ ୦ଟି, ମାଓ ବେଲ୍ଟ ୯ ଟି ସହ ଅନ୍ୟାନ ମାଓ ସାମଗ୍ରୀ ରହିଛି ।

Related Articles

Leave a Reply

Your email address will not be published.

Back to top button