ବୁଧବାର ଓଡିଶା ଆସିବେ ମମତା ବାନାର୍ଜୀ

Spread the love

କୋଲକାତା /ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ବୁଧବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଟକ ଓ ଭୁବନେଶ୍ୱର ଗସ୍ତ କରି ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ସହ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରର ଜଣକୁ ସ୍ପେଶାଲ ହୋମଗାର୍ଡ ଚାକିରି ସହ ୫ ଲକ୍ଷ ଟଙ୍କା ମିଳିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେହିପରି ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିଲେ ମଧ୍ୟ ପରିବାରର ଜଣକୁ ହୋମଗାର୍ଡ ଚାକିରି ମିଳିବ ।

Leave a Reply

Your email address will not be published. Required fields are marked *