ଯୁବପିଢ଼ିଙ୍କ ପାଇଁ ଉଦାହରଣ ମାନସ

Spread the love

ବାଙ୍କୀ: ଦିନ ହେଉ କି ରାତି କେବେ ବି ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଇନାହାନ୍ତି କଟକ ବାଙ୍କୀ ସାନମୁଣ୍ଡଳୀ ଅଞ୍ଚଳର ସାହସୀ ଯୁବକ ମାନସ। କେତେବେଳେ ନଦୀରୁ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି ତ ଆଉ କେତେବେଳେ ଅସହାୟକୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ ରହିଛନ୍ତି । ଏଭଳି ସାହାସିକତା ଆଉ ନିସ୍ବାର୍ଥପର ସେବା ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରି ଯୁବପିଢ଼ିଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି।

ଏ ହେଉଛନ୍ତି କଟକ ବାଙ୍କୀ ସାନମୁଣ୍ଡଳୀ ଅଞ୍ଚଳର ଯୁବକ ମାନସ । ବିଗତ ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିଷ୍ଠାପର ଭାବେ ଭଗିପୁର ବନବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମାନସ ମୁଣ୍ଡଳୀ ବ୍ୟାରେଜ ନିକଟରେ ବନବିଭାଗ ପକ୍ଷରୁ ରହିଥିବା ଏକ ପ୍ଲାଣ୍ଟେସନର ରକ୍ଷଣା ବେକ୍ଷଣା ପାଇଁ ନିୟୋଜିତ ହୋଇଛନ୍ତି। ନିଜର ନିଷ୍ଠାପର କର୍ତଵ୍ୟ ପାଇଁ ମାନସ ସବୁ କ୍ଷେତ୍ରରେ ହୋଇପାରିଛନ୍ତି ପ୍ରଶଂସାର ପାତ୍ର। ସେପଟେ ଦଶ ହଜାରରୁ ଉର୍ଦ୍ଧ୍ୱ ଗଛର ଲାଳନ ପାଳନ କରିଛନ୍ତି।  କିନ୍ତୁ ଦୀର୍ଘ ୬ ବର୍ଷ ଧରି ବନ ଵିଭାଗ ପକ୍ଷରୁ ଅସ୍ଥାୟୀ ଠିକା କର୍ମଚାରୀ ଭାବେ କରିଆସୁଛନ୍ତି କାମ। ଆଉ ମାସିକ ୭ ହଜାର ୫ ଶହ ଟଙ୍କା ବେତନ ମିଳୁଥିବା ବେଳେ, ପରିବାର ଚଳାଇବା କଷ୍ଟକର ହୋଇପଡିଲାଣି।

ଅନ୍ୟପଟେ ମାନସଙ୍କ ସାହାସିକତା ଓ ସାମାଜିକ କାଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଆସିଛନ୍ତି। ଏଭଳି ପରୋପକାରୀ ଯୁବକଙ୍କୁ ବନବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ରାଜ୍ୟ ସରକାରକୁ ଗୁହାରି କରିଛନ୍ତି। ସେପଟେ ମାନସଙ୍କୁ କିଭଳି ସ୍ଥାୟୀ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ସେ ଦିଗରେ ଚେଷ୍ଟା କରିବି ବୋଲି କହିଛନ୍ତି ଭଗିପୁର ବନପାଳ ସଂଜୀବ ବେହେରା।

ମନୋଜ କୁମାର ଦଳେଇ

Leave a Reply

Your email address will not be published. Required fields are marked *