ମନମୋହନ ସାମଲଙ୍କ ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତ

Spread the love

ବରଗଡ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଶାସନ ଗାଦିକୁ ଆସିବା ପରେ ବିକାଶ ମୂଳକ ଯୋଜନା, ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହ ଓଡିଆ ଲୋକଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀ ବିଗତ ୯ବର୍ଷ ଶାସନରେ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, କର୍ତବ୍ୟନିଷ୍ଠ, ଦେଶର ବିକାଶକୁ ନୂଆ ପରିଭାଷା ଦେଇଛି । ଦେଶରେ ସେବା, ସୁଶାସନ, ଗରିବ କଲ୍ୟାଣର ଏକ ଧାରା ପ୍ରବାହିତ ହେବା ସହ ବିଦେଶରେ ଭାରତର ଗୌରବ ବଢ଼ିଛି । ମୋଦିଜୀଙ୍କ ୯ବର୍ଷର ଏହି ସଫଳତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଭଟଲି ନିର୍ବାଚନମଣ୍ଡଳୀର ଘେଁସ ଏବଂ ବିଜେପୁରଠାରେ ଅନୁଷ୍ଠିତ “ଜନସମ୍ପର୍କ ପଦଯାତ୍ରା”ରେ ଯୋଗ ଦେବା ଅବସରରେ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ସାମଲ ଦ୍ୱିତୀୟ ଦିନରେ ପଦ୍ମପୁରଠାରେ ଅନୁଷ୍ଠିତ ସଂଯୁକ୍ତ ମୋର୍ଚ୍ଚା ବୈଠକରେ ଯୋଗ ଦେଇଥିଲେ । ଏହା ପରେ ଘେଁସ ଏବଂ ବିଜେପୁରଠାରେ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳକୁ ଘର ଘର ଯାଇ ଲୋକଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଶିଷ୍ଟ କବି ପଦ୍ମଶ୍ରୀ ହଳଧର ନାଗଙ୍କୁ ଭେଟିବା ସହିତ ସ୍ୱାଧୀନତା ସଂଗ୍ରାମୀ ଶହିଦ୍ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ, ଐରୀ ସିଂହଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ସାମଲ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ମୋଦିଜୀ ଓଡ଼ିଶାର ବିକାଶ ଓ ଗରିବକଲ୍ୟାଣ ପାଇଁ ହାତ ଖୋଲା କରି ଟଙ୍କା ଦେଉଛନ୍ତି, କିନ୍ତୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତା କାରଣରୁ ଓଡ଼ିଶାବାସୀ ସୁବିଧାସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୨୮ଲକ୍ଷରୁ ଅଧିକ ମାଗଣା ଘର ମିଳିସାରିଛି । ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୩କୋଟି ୨୫ଲକ୍ଷ ଲୋକଙ୍କୁ ମାଗଣା ଚାଉଳ, ସ୍ୱଚ୍ଛ ଭାରତ ନିର୍ମାଣ ଯୋଜନାରେ  ୭୭ଲକ୍ଷ ପରିବାରକୁ ମାଗଣା ଶୌଚାଳୟ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୪ଲକ୍ଷ ପରିବାରକୁ ମାଗଣା ଗ୍ୟାସ, ସୌଭାଗ୍ୟ ଯୋଜନାରେ ୨୪ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ, ଜଳ ଜୀବନ ମିଶନରେ ୫୩ଲକ୍ଷ ପରିବାକୁ ଟ୍ୟାପ ପାଣି, ମନରେଗା ଯୋଜନାରେ ୨୬ହଜାର ୧୬୬କୋଟି ଓ ଅମୃତ ସରୋବର ଯୋଜନାରେ ୪୫୪୮ଟି ଜଳାଶୟ ଖନନ ମୋଦି ସରକାର ସମୟରେ କରାଯାଇଛି ବୋଲି ସାମଲ କହିଛନ୍ତି ।

ଏହି ଅବସରରେ ଜିଲ୍ଲା ସଭାପତି ଅଶି୍ୱନୀ ଷଡଙ୍ଗୀ, ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପ୍ରଭାରୀ ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରୀ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିଶ୍ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ, ସୁଶାନ୍ତ ମିଶ୍ରଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *