ନ୍ୟାୟରେ ବିଳମ୍ବ ହେତୁ ଜେଲରେ କଟୁଛି ଅନେକଙ୍କ ଜୀବନ: ରାଷ୍ଟ୍ରପତି

Spread the love

ଭୁବନେଶ୍ୱର : ନ୍ୟାୟରେ ବିଳମ୍ବ ଏକ ଚିନ୍ତାର ବିଷୟ । ବିଳମ୍ବିତ ନ୍ୟାୟ ହେତୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକଙ୍କ ଜୀବନ ଜେଲରେ କଟୁଛି । ନ୍ୟାୟରେ ବିଳମ୍ବ ହେତୁ ପୀଡିତ ମଧ୍ୟ ନିରାଶ ହେଉଛନ୍ତି । ତେଣୁ ତ୍ୱରୀତ ନ୍ୟାୟ ଘୋଷଣା ଉଭୟ ପୀଡିତ ଏବଂ ନିରୀହଙ୍କ ପାଇଁ ସହାୟକ ହେବ । ବୁଧବାର ଦିନ କଟକସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡିଶା ହାଇକୋର୍ଟର 75 ତମ ବାର୍ଷିକୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ମୁର୍ମୁ ଏହା କହିଛନ୍ତି ।

ଜୟ ଜଗନ୍ନାଥ କହି ରାଷ୍ଟ୍ରପତି ତାଙ୍କ ଉଦ୍ବୋଧନ ଆରମ୍ଭ କରିଥିଲେ । ରାଷ୍ଟ୍ରପତି କହିଛନ୍ତି ଯେ, ବଞ୍ଚିତ ଲୋକଙ୍କୁ ଉପଯୁକ୍ତ ନ୍ୟାୟିକ ସୁବିଧା ମିଳିବା ଉଚିତ । ସେ ଏହା କଥା ପୂର୍ବରୁ କହିସାରିଛନ୍ତି କହିଛନ୍ତି ଏବଂ ଏବେ ଏହାର ପୁନରାବୃତ୍ତି କରୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କାର୍ଗିଲ ଦିବସରେ ଶହୀଦମାନଙ୍କୁ ଅଭିବାଦନ ଜଣାଇଛନ୍ତି । ସେ ତାଙ୍କ ଭାଷଣରେ ଓଡିଶାର ଶହୀଦ ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ମୁରଲିଧର, ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ଏବଂ ବାର ଆସୋସିଏସନ ସଭାପତି ଧରଣିଧର ନାୟକ ଉପସ୍ଥିତ ଥିଲେ ।

ଏହାପୂର୍ବରୁ ରାଷ୍ଟ୍ରପତି ଆଜି ସକାଳେ ଭୁବନେଶ୍ୱରରୁ କଟକ ନିକଟରେ ପହଞ୍ଚି କଟକସ୍ଥିତ ଚାଣ୍ଡି ମନ୍ଦିର ଯାଇ ସେଠାରେ ମା ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ରାଷ୍ଟ୍ରପତି ମୁର୍ମୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ସେଠାରେ ଥିବା ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *