ସ୍ନାନବେଦୀରେ ଚତୁର୍ଦ୍ଧା ମୂରତି :ମଙ୍ଗଳଆଳତି ସମ୍ପର୍ଣ୍ଣ

Spread the love

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଲୋକାରଣ୍ୟ ପୁରୀ ଶ୍ରୀକ୍ଷେତ୍ର। ସ୍ନାନବେଦୀକୁ ସୁସଜ୍ଜିତ କରି ସଜାଯାଇଛି। ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିଛନ୍ତି ଚତୁର୍ଦ୍ଧାବିଗ୍ରହ। ପହଣ୍ଡି ଶେଷ ପରେ ମଙ୍ଗଳଆଳତି ସମ୍ପର୍ଣ୍ଣ ହୋଇଛି। ଘଣ୍ଟ ଘଣ୍ଟାରେ ଫାଟି ପଡୁଛି ବଡ଼ ଦାଣ୍ଡ।  ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ସମ୍ପନ୍ନ ହୋଇଥିଲା । ପରେ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ସମାପନ ହୋଇଛି । ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି ମା ସୁଭଦ୍ରା। ଶେଷରେ ସ୍ନାନବେଦୀକୁ ବିଜେ ହୋଇଛନ୍ତି କଳାଠାକୁର। ସ୍ନାନମଣ୍ତପରେ ଶ୍ରୀବିଗ୍ରହମାନଙ୍କ ଚାଲିଛି ସ୍ୱତନ୍ତ ନୀତିକାନ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଅପରାହ୍ନରେ ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ।

Leave a Reply

Your email address will not be published. Required fields are marked *