ଭୁବନେଶ୍ୱର

ତ୍ରୀରଙ୍ଗା ଉଡାଇଲେ ନବୀନ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଦେଶର ବିକାଶ ସହ ତାଳ ଦେଇ ଓଡ଼ିଶା ଆଗେଇଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୭୫ ବର୍ଷରେ ଓଡ଼ିଶା ଅନେକ ଲ୍ୟାଣ୍ଡମାର୍କ ହାସଲ କରି ଦେଶକୁ ରାସ୍ତା ଦେଖାଇଛି। କର୍ମନିଯୁକ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜିଛି। ଖାଦ୍ୟ ଅଭାବୀ ରାଜ୍ୟରୁ ବଳକା ଖାଦ୍ୟର ରାଜ୍ୟ ହେବା, ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ପାଇଁ ଆଦର୍ଶ, କ୍ରୀଡ଼ା ହବ୍ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି, ୭୦ ଲକ୍ଷ ମାଆଙ୍କୁ ସଶକ୍ତ କରିବା ଆଦି ଲ୍ୟାଣ୍ଡମାର୍କ ଓଡ଼ିଶା ଜୟଯାତ୍ରାର ପ୍ରତୀକ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଏଭଳି ମର୍ମରେ ସମ୍ୱୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି। ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରୁଥିଲା ବେଳେ ଓଡ଼ିଶା ଏହି ବିକାଶ ସହ ତାଳ ଦେଇ ଆଗେଇଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷାକୁ ଫୋକସ କରାଯାଇଛି। ଗୁଣାତ୍ମକ ଶିକ୍ଷା ପାଇଁ ସରକାର ଦୃଢ଼ ପ୍ରତିଶୃତିବଦ୍ଧ। କୋଟିଆରୁ ନେଇ ଭୁବନେଶ୍ୱରର ଆଦର୍ଶ ବିଦ୍ୟାଳୟରେ ୧ ଲକ୍ଷ ପିଲା ପାଠ ପଢିବା, ୫ହଜାର ଝିଅଙ୍କ ପାଇଁ ହଷ୍ଟେଲ, ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି, ଜନଜାତିଙ୍କ ବିକାଶ ଓ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ବହୁତ ଭଲ କାମ କରୁଥିବା କହିଛନ୍ତି ନବୀନ। ଜଗନ୍ନାଥଙ୍କ ପବିତ୍ର ଭୂମିରେ ଓଡ଼ିଆ ସର୍ବଦା ଆଞ୍ଚଳିକ ମନୋଭାବରୁ ଉଠି ନାସନାଲ ସ୍ପିରିଟ୍ ରେ କାମ କରନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସଂଗ୍ରାମୀଙ୍କ ଅବଦାନକୁ ଶତତ ପ୍ରଣାମ ଓ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମହାମାରୀ ବେଳେ ମାନବଜାତିର ସେବାରେ ଶହୀଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୈନିକ କିଛି ସମୟ ଦେଶ ପାଇଁ ଦେଲେ ବଡ଼ ପରିବର୍ତ୍ତନ ଆଣିପାରିବା ବୋଲି ଅପିଲ୍ କରିଛନ୍ତି ନବୀନ। ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button