ଆସନ୍ତା ୨୩ ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା

Spread the love

ୟକଟକ:  ଆସନ୍ତା ନଭେମ୍ବର ୨୩ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।  ମଧ୍ୟମା ଏସଓଏସର  ପରୀକ୍ଷା ମଧ୍ୟ କରାଯିବ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭ଶହ ୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲଫ କରିଥିବା ବେଳେ ୩ହଜାର ୨୯ଟି କେନ୍ଦ୍ରରେ ହେବ ପରୀକ୍ଷା ।

ମାଓ ଅଧ୍ୟ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଏହି ନୋଡାଲ ସେଣ୍ଟର ମଧ୍ୟରୁ କନ୍ଧମାଳ ଜିଲ୍ଲାରେ ୭ ଟି, କୋରାପୁଟରେ ୫ଟି ମାଲକାନାଗିରିରେ ୧୦ଟି କେନ୍ଦ୍ର କରାଯାଇଛି । ତେବେ ସ୍କୁଲର ୧୦ କିମି ପରିଧି ମଧ୍ୟରେ ସବୁ ସେଣ୍ଟର କରାଯାଇଛି ବୋଲି କୁହାଯାଇଛି । ସେହିଭଳି ମଧ୍ୟମା ପାଇଁ  ୨୯୧୪ଜଣ ପରୀକ୍ଷାର୍ଥୀ ଙ୍କ ପାଇଁ ୧୦୮ ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି । ଏବଂ ଏସଓଏସ ରେ ୭୧୮୧  ପରୀକ୍ଷାର୍ଥୀ ୧୪୬ ଟି ସେଣ୍ଟରେ ପରୀକ୍ଷା ଦେବେ ।

ହାଇସ୍କୁଲ ପରୀକ୍ଷା ପାଇଁ  ପରୀକ୍ଷାର୍ଥୀ ମାନେ ଆଜିଠାରୁ ବୋର୍ଡ଼ ୱେବସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ୍‌ କରିପାରିବେ ।  ମଧ୍ୟମା ଓ ଏସଓଏସ ପାଇଁ ୧୭ ତାରିଖରୁ  ଆଡମିଟ୍ କାର୍ଡ ଡାଉନଲୋଡ୍‌  କରିବେ । ସକାଳ ୧୦ଟା ରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବାକୁ ଥିବାବେଳେ ପ୍ରଥମଦିନ ୯ଟା ଏବଂ ଦ୍ଵତୀୟ ଦିନ ଠାରୁ ୯ଟା ୨୦ରେ ହଲ ଭିତରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ।

କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ।  କପି ରୋକିବା ପାଇଁ ୩୬ ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ସହିତ ୭୪ ଟି ଡିଇଓ  ସ୍ତରୀୟ ସ୍କ୍ୱାର୍ଡ କମିଟି ଗଠନ ହେବ । ପ୍ରଶ୍ନ ପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଗୁଡିକରେ ରହିବାକୁ ଥିବା ବେଳେ ପରୀକ୍ଷା ଦିନ ସକାଳୁ  ପ୍ରଶ୍ନପତ୍ର ଗୁଡିକ ସେଣ୍ଟର କୁ ଯିବ ବୋଲି କହିଛନ୍ତି ବୋର୍ଡ ସଭାପତି।

Leave a Reply

Your email address will not be published. Required fields are marked *