ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ, ଫର୍ମ ପୂରଣ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ପାସ୍

Spread the love

ଭୁବନେଶ୍ୱର : କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ମୋଟ ୧୩୧୦ ଜଣ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୩ ପାସ୍ ଜଣ ପାସ କହିଛନ୍ତି । ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ରହିଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଜୁଲାଇ ୩ରୁ ଆରମ୍ଭ ହୋଇଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକ ପରୀକ୍ଷା ସହ ଷ୍ଟେଟ ଓପନ୍ ସ୍କୁଲ ପରୀକ୍ଷା ମଧ୍ୟ ଚାଲିଥିଲା । ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା

Leave a Reply

Your email address will not be published. Required fields are marked *