ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଜାତୀୟ ଆୟଭିତିକ ମେଧାବୃତି ପରୀକ୍ଷା ସମ୍ବନ୍ଧୀୟ ଏକ ବୈଠକ ଲୋକସେବା ଭବନସ୍ଥ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍. କହିଲେ ଯେ ଜାତୀୟ ଆୟ ମେଧାବୃତି ପରୀକ୍ଷା ପ୍ରତିବର୍ଷ କରାଯାଇଥାଏ । ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ କମ ଥିବ ସେହି ପରିବାରର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲା ଉକ୍ତ ବୃତି ପାଇଁ ଆବେଦନ କରିପାରିବେ । ଏହି ବୃତି ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ନିମନ୍ତେ ଗୋଟିଏ ପିଲାକୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ୪ ବର୍ଷ ପର୍ଯ୍ୟନ୍ତ ମିଳିବ । ଆର୍ôଥକ ଅନଗ୍ରସର ଶ୍ରେଣୀର ପିଲାମାନେ ଯେପରି ଅଧାରୁ ପାଠପଢ଼ା ନଛାଡ଼ିବେ ସେଥିପାଇଁ ସରକାର ଏହି ବୃତି ମାଧ୍ୟମରେ ପିଲାମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି ।
ପୁନଶ୍ଚ ପରବର୍ତୀ ସମୟରେ ଉକ୍ତ ବୃତି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।
ଉକ୍ତ ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ତଥା ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟାର, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ରାଜ୍ୟ ପ୍ରଥମିକ ଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀଙ୍କ ସମେତ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରତିନିଧି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now