ସ୍ମୃତି ଓ ବିସ୍ମୃତି – ଘଟଣାକ୍ରମ ୨୦୨୨ ପୁସ୍ତକ ଲୋକାର୍ପିତ

Spread the love

ଜୟପୁର : ଜୟପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପୁସ୍ତକ ସ୍ମୃତି ଓ ବିସ୍ମୃତି – ଘଟଣାକ୍ରମ ୨୦୨୨ ଲୋକାର୍ପିତ ହେଇଯାଇଅଛି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ତାରଘରଣୀଙ୍କ ଦେଉଳରେ ଲେଖକ ଏବଂ ଓଡି଼ଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପଣ୍ତିତ ସଦାଶିବ ତ୍ରିପାଠୀଙ୍କ ପ୍ରପୌତ୍ର ତଥା ଯୁବ ଉଦ୍ୟୋଗୀ ରଣେନ୍ଦ୍ର ପ୍ରତାପ ତ୍ରିପାଠୀଙ୍କ କରକମଳରେ ଆଜି ଏହା ଉନ୍ମୋଚିତ ହେଇଯାଇଅଛି । ଏହି ପୁସ୍ତକରେ ବର୍ଷ ୨୦୨୨ ରେ ଘଟିଯାଇଥିବା ଘଟଣା ସମୂହ ମାନଙ୍କର ବିବରଣୀ ଲିପିବଦ୍ଧ ହେବା ସହ ଧାର୍ମୀୟ ପର୍ଯ୍ୟଟନ କ୍ଷେତ୍ର ମାନଙ୍କ ବିବରଣୀ ପ୍ରଦାନ କରାଯାଇଅଛି । ଏହି ପୁସ୍ତକ ବିଶେଷ ଭାବେ ପ୍ରତିଯୋଗୀତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳେଇଥିବା ଅନୁସନ୍ଧିତ୍ସୁ ତଥା ସମାଜର ସମସ୍ତ ବର୍ଗର ରୁଚି ସନ୍ନିବେଶିତ ହେଇଅଛି । ପଶ୍ଚିମା ପ୍ରକାଶନୀ ଦ୍ଵାରା ପ୍ରକଶିତ ଏହି ପୁସ୍ତକ ପ୍ରଥମ ଦିନରେ ୫୭ଟି ଆଭାଷୀ ବୁକିଂ ହୋଇଥିବା ପ୍ରକାଶକ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଘଟଣା ବହୁଳ ୨୦୨୨ ରେ ଭାରତର ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ, ମହାରାଷ୍ଟ୍ରରେ ସିନ୍ଧେ ସରକାର, ଓଡି଼ଶାରେ ଧର୍ମ ଏବଂ ଦୂଆରେ ବସିବା ରାଜନୀତି, ଆତ୍ମହତ୍ୟା ପ୍ରବଣତାରୁ ମୁକ୍ତି ତଥା ବିଭିନ୍ନ ସୂଚକାଙ୍କରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ସ୍ଥିତି ଏବଂ ଭବିଷ୍ୟତ ଲକ୍ଷ୍ୟ ମାନଙ୍କ ବିଷୟରେ ଲେଖକ ମନୋଜ୍ଞ ବିଷ୍ଲେଷଣ କରିଅଛନ୍ତି । ଏଥିନିମନ୍ତେ ଶ୍ରୀ ତ୍ରିପାଠୀଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଅଛି ।

Leave a Reply

Your email address will not be published. Required fields are marked *