୨୦ ବର୍ଷ ପରେ ଦୁଗ୍ଧ, ଲହୁଣି ଓ ଘିଅ ଦାମରେ ହୋଇଥିବା ବୃଦ୍ଧି ରେକର୍ଡ

Spread the love

ନୂଆଦିଲ୍ଲୀ: ଦେଶରେ ବିଗତ ଏକ ବର୍ଷରେ କ୍ଷୀରର ଦାମ ୧୦ ଟଙ୍କା ବୃଦ୍ଧି ପାଇଛି। କ୍ଷୀର ମହଙ୍ଗା ହେବା କାରଣରୁ ଲହୁଣି ଓ ଘିଅର ଦାମ ୧୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଯାହାକୁ ନିୟନ୍ତ୍ରଣରେ ରଖିବାକୁ ଦେଶର ଦୁଗ୍ଧ କମ୍ପାନୀ ଓ ଫେଡରେଶନ ସହ ଏକ ବୈଠକ କରିବାକୁ ଯାଉଛି କେନ୍ଦ୍ର  ପଶୁପାଳନ ମନ୍ତ୍ରଣାଳୟ । ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ କ୍ଷୀର କିଣା ଉପରେ ଅଢେଇ ପ୍ରତିଶତ ହ୍ରାସ ଆସିଥିବା ବେଳେ ଚାହିଦାରେ ୧୦ପ୍ରତିଶତ ଅଭିବୃଦ୍ଧି ଘଟିଛି।

କେନ୍ଦ୍ର ପଶୁପାଳନ ମନ୍ତ୍ରଣାଳୟର ସଚିବ ରାଜେଶ କୁମାର ସିଂହ କହିଛନ୍ତି କି, ଦୁଗ୍ଧ କିଣାରେ ଅଧିକ ହ୍ରାସ ଘଟିନାହିଁ। ହେଲେ ଚାହିଦାରେ ୧୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏଥିପାଇଁ ଦାମ ବଢିଛି। ଦେଶରେ ଗତ ୨୦ ବର୍ଷ ପରେ ଦୁଗ୍ଧ, ଲହୁଣି ଓ ଘିଅ ଦାମରେ ହୋଇଥିବା ବୃଦ୍ଧି ରେକର୍ଡ କରିଛି। ଗତ ଏକ ବର୍ଷ ଭିତରେ ଦୁଗ୍ଧ ଦାମ ଲିଟର ପିଛା ୧୦ ଟଙ୍କା ବଢିଛି।

ତେବେ ଦୁଗ୍ଧ କିଣିବାରେ ହ୍ରାସ ପାଇଁ ମନ୍ତ୍ରଣାଳୟ ପର୍ଯ୍ୟବରଣକୁ ଦାୟୀ କରିଛି। ବିଭାଗର ବିଶ୍ବାସ, ଦୁଗ୍ଧର ଦାମରେ ବୃଦ୍ଧିର ପ୍ରଥମ କାରଣ କୋଭିଡ ସମୟରେ ଦୁଗ୍ଧ ଶସ୍ତା ହୋଇଥିଲା, ଫଳରେ ଚାହିଦା ଓ ଯୋଗାଣ ଚେନ ପ୍ରଭାବିତ ହୋଇଛି। ଦ୍ବିତୀୟରେ ସମ୍ପ୍ରତି ଚାରା ଦରରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇଛି।

ସଚିବ ରାଜେଶ ସିଂହ କହିଛନ୍ତି କି, କୋଭିଡ ସମୟରେ ସମସ୍ତ ପଶୁପାଳକଙ୍କୁ ଦୁଗ୍ଧ ଯୋଗଣରେ ସମସ୍ୟାହୋଇଛି। ଦ୍ବିତୀୟରେ ଚାରା ଦାମ ବଢିଛି, ଯାହା ଦୁଗ୍ଧ ଚାଷୀଙ୍କ ଉପରେ କୁପ୍ରଭାବ ପକାଇଛି। ତେବେ ଖୁସି ଖବର କି, ଆମ ଦୁଗ୍ଧ ଚାଷୀଙ୍କୁ ୭୦ ପ୍ରତିଶତ ଦାମ ସିଧା ମିଳୁଛି, ଯେତେବେଳେ କି, ବିଦେଶରେ ଏହା ୪୦ ପ୍ରତିଶତ ରହିଛି।

Leave a Reply

Your email address will not be published. Required fields are marked *