() ନିଖୋଜ ନାବାଳକ ଅମ୍ରିତର ମିଳିଲା ସନ୍ଧାନ l ଖୁସିରେ ବାପା ବାଣ୍ଟିଲେ ମିଠା l ଗତ ଗୁରୁବାର ଦିନ ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା କୁରାଳ ଗାଁର ଅମ୍ରିତ ପାତ୍ର ସାଇକେଲ ଯୋଗେ ଟିଉସନ ଯାଇଥିଲା l ଟିଉସନରୁ ଫେରିବା ପରେ କୁଆଡେ ନିଖୋଜ ହୋଇଯାଇଥିଲା l ଓଡଗାଁ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ତଦନ୍ତ କରିଥିଲେ l ଆଜି ସକାଳୁ ଅମ୍ରିତ ର ସନ୍ଧାନ ମିଳିଲା ପରେ ପୋଲିସ ଚଳାଇଛି ତଦନ୍ତ l
୫ ଦିନ ପରେ ମିଳିଲା ନିଖୋଜ ଅମ୍ରିତ l ଆଉ ଅମ୍ରିତ କୁ ପାଇ ଖୁସିରେ ବିମୋହିତ ପରିବାର ଓ ବାପା ମା l ତେବେ ଅମ୍ରିତ ନିଖୋଜ ନେଇ ଲାଗିରହିଛି ସସପେନ୍ସ l ନିଖୋଜ, ଅପହରଣ ନା ଡ୍ରାମା ଏ ସବୁ ପ୍ରଶ୍ନ ଉଙ୍କି ମାରୁଛି ବୁଦ୍ଧିଜୀବୀ ମହଲରେ l ସୋମବାର ସକାଳ ୮ଟା ସମୟ ରେ ଏକ ଘର ଭିତରେ ଅମ୍ରିତ ରହି ଡାକ ଛାଡିଥିଲା l ପାଖରେ ପାଣି ନେବାପାଇଁ ଆସିଥିବା ମହିଳା ଦେଖି ଗ୍ରାମବାସୀ ଙ୍କୁ ଡାକିଥିଲେ l ସଂଗେ ସଂଗେ ସ୍ଥାନୀୟ ସରପଞ୍ଚ ଓ ବାପା ମା ଯାଇ ପୁଅକୁ ଉଦ୍ଧାର କରିଥିଲେ l ସେହି ଘର ମଧ୍ୟରେ ତାକୁ ହାତ ଗୋଡ଼ ବାନ୍ଧି ରଖାଯାଇଥିବା ସେ କହିଥିଲା l ପରେ ଓଡଗାଁ ପୋଲିସ ଗାଁକୁ ଆସି ଅମ୍ରିତ କୁ ଉଦ୍ଧାର କରି ଥାନାକୁ ଆଣିଛି l
ଗତ ଗୁରୁବାର ଦିନ ସନ୍ଧ୍ୟାରେ ଟ୍ୟୁସନ ଯାଇ ଆଉ ଘରକୁ ଫେରି ନଥିଲା ଅମ୍ରିତ । ନିଖୋଜ ନେଇ ଅଭିଯୋଗ ପରେ ଓଡଗାଁ ପୋଲିସ, ନୟାଗଡ sp, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଓ 4 ଟି ସ୍ୱାର୍ଡ ଗଠନ କରି ଚାଲିଥିଲା ତଦନ୍ତ l ସୋମବାର ଅମ୍ରିତ ର ସନ୍ଧାନ ପରେ ଓଡଗାଁ ଥାନାକୁ ଅଣାଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଛି l
ଘଟଣାରେ ୨ ଜଣ ଯୁବକ କୁ ଅଟକ ରଖିଛି ଓଡଗାଁ ପୋଲିସ l ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ପୋଲିସ।
ଦେବବ୍ରତ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now