ସମସ୍ତ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ କରାଯାଇଛି ମୋ ଗୃହ ଯୋଜନାର ଶୁଭାରମ୍ଭ – ପ୍ରଦୀପ ଅମାତ

Spread the love

ଭୁବନେଶ୍ୱର : ସମସ୍ତ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମୋ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

ସେ କହିଛନ୍ତି ଯେ ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧୪ ଲକ୍ଷ ଘର ଆମେ ବାରମ୍ବାର ମାଗିଥିଲୁ । ବାରମ୍ବାର ଦଉଡ଼ିବା ପରେ କେନ୍ଦ୍ର ସରକାର ୧୪ ଲକ୍ଷ ପରିବର୍ତ୍ତେ ସାଢ଼େ ନଅ ଲକ୍ଷ ଘର ଦେଲେ । ତେଣୁ ସମସ୍ତ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମୋ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆମେ ଏଥିରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ଥିବା କ୍ରାଇଟେରିଆ କୁ ବହୁତ କୋହଳ କରିଛୁ । କେନ୍ଦ୍ର ନ ଦେବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ଅର୍ଥ ରୁ ନିଜସ୍ୱ ଯୋଜନା କରିଛନ୍ତି ।

ସେ କହିଛନ୍ତି ଯେ ମୋ ଘର ବଂଟନ ରେ ଯଦି କୌଣସି ସମସ୍ୟା ଦେଖା ଦେବ ତାକୁ ଆମେ ଦେଖିବୁ ସମାଧାନ ବି କରିବୁ ।

କେନ୍ଦ୍ର ସରକାର ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସାଢ଼େ ନଅ ଲକ୍ଷ ଘର କେବେ ବଂଟା ହେବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କେନ୍ଦ୍ର ୬୦ ପ୍ରତିଶତ ଦେଲେ ଆମେ ୪୦ ପ୍ରତିଶତ ଅଂଶଧନ ଦେଉଛୁ । ତା ପରେ ଇନସେଟିଭ ବାବଦକୁ ୧୦ ହଜାର ଓ ୨୦ ହଜାର ଟଙ୍କା ଦେଉଛୁ । ତା ପରେ ସବୁ ମେସିନାରି ଖର୍ଚ୍ଚ ବା ଦରମା ବି ଆମେ କରୁ । ତେଣୁ କେନ୍ଦ୍ର ସରକାର ଯାହା ଦେଉଛନ୍ତି ତାହା ଠୁ ଅଧିକ ରାଜ୍ୟ ସରକାର ବହନ କରୁଛନ୍ତି । ଆସିଥିବା ସାଢ଼େ ନଅ ଲକ୍ଷ ଘର ବଂଟନ ନେଇ କାର୍ଯ୍ୟକ୍ରମ ପ୍ରାୟ ସରିବା ଉପରେ ରହିଛି ଖୁବଶୀଘ୍ର ବଂଟା ଯିବ ।

Leave a Reply

Your email address will not be published. Required fields are marked *