ରାଜ୍ୟବ୍ୟାପୀ ମହମ୍ମଦ ଜୟନ୍ତୀ ପାଳିତ

Spread the love

କଟକ:  ମା ଦୁର୍ଗାଙ୍କୁ ଧରାପୃଷ୍ଠରୁ ମେଲାଣି ଦେବା ପରେ ଆଜି ସାରା ରାଜ୍ୟ ପାଳୁଛନ୍ତି ଇଦ ମିଲନ। ପ୍ରଫେଟ ମହମ୍ମଦ ଜନ୍ମ ଜୟନ୍ତୀରେ ମୁସଲମାନ ଭାଇଭଉଣୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମୂହ ନମାଜ ପାଠ କରିଛନ୍ତି । କେବଳ ମୁସଲମାନ ଭାଇଭଉଣୀ ନୁହଁନ୍ତି ଆଜିର ଉତ୍ସବରେ ହିନ୍ଦୁ ଭାଇମାନେ ଯୋଗ ଦେଇଛନ୍ତି ।

ସିଲିଭର ସିଟି କଟକରେ ପାଳନ କରାଯାଇଛି ପ୍ରଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ। ସହରରେ ଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀଙ୍କ ଦ୍ୱାରା ବିଶାଳ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଥିଲା । ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା କଦମ ରସୁଲରେ ପହଞ୍ଚିବା ପରେ ସେଠାରେ ବିଶ୍ୱ ଶାନ୍ତି ନିମନ୍ତେ ସମୂହ ନମାଜ୍ ପାଠ କରାଯାଇଥିଲା।

ତେବେ ଏହି ଜୁଲୁସ ଦଶହରାର ଦୁଇଦିନ ପରେ ପଡୁଥିବାରୁ ସର୍ବ ଦଳୀୟ ଓ ଭାଇ ଚାର ଆଧାରରେ  ପାଳିତ ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ବିଭିନ୍ନ ସାହିରୁ ଆସିଥିବା ମୁରବି ମାନଙ୍କୁ ସମ୍ବନ୍ଧିତ କରିଥିଲେ

ସେହିପରି ଆଜି ଭବାନୀପାଟଣାରେ ମଧ୍ୟ ମହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ମୁସଲିମ ସାମ୍ପ୍ରଦାୟର ଲୋକେ ମହା ଆଡମ୍ବର ସହ ପାଳନ କରୁଥିବା ବେଳେ ମସଜିଦ କୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ଦେବଗଡ଼ ପୈରାଞ୍ଚଳ ମଧ୍ୟ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଛି ।

ଲଘୁଚାପ ଜନିତ ବର୍ଷା ପ୍ରଭାବିତ କରିପାରିନି ମହମ୍ମଦ ଜୟନ୍ତୀ ଶୋଭାଯାତ୍ରାକୁ । ଉତ୍ସାହ ର ସହିତ ସମସ୍ତେ ମିଶି ପାଳନ କରିଛନ୍ତି ମହମ୍ମଦ ଙ୍କ ଜୟନ୍ତୀ ।

Leave a Reply

Your email address will not be published. Required fields are marked *