ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛି ୧୩ ବର୍ଷ ର ଛାତ୍ର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନମ୍ବର ୱାନ ଗ୍ରାମ ର ଧନଞ୍ଜୟ ପାତ୍ରଙ୍କ ଏକ ମାତ୍ର ପୁଅ ପ୍ରଭଞ୍ଜନ ଆରୁହାବୃତ୍ତି ନୋଡାଲ ଉପ୍ରା ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ର ଅଧୟନ କରୁଥିଲେ । ବାପା ଅନ୍ୟ ରାଜ୍ୟ ରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିଲେ ହେଲେ ହଟାତ ଧନଞ୍ଜୟଙ୍କ ପୁଅ ଅସୁସ୍ଥ ହେଇଯାଇଥିଲେ ତାଙ୍କୁ ପ୍ରଥମେ କଟକ ରେ ଚିକିତ୍ସା କରାଯାଇଥିଲା ସେଠାରେ ପରଭଞ୍ଜ ଙ୍କୁ ବ୍ଲଡ଼ କ୍ୟାନସର ହୋଇଥିବା ଜଣାପଡିଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କ ମୁମ୍ବାଇ ର ଏକ ଘେରେଇ ଡାକ୍ତର ଖାନା ଚିକିତ୍ସା କରାଯାଉଛି । ପୁଅ ର ଜୀବନ ରକ୍ଷା ପାଇଁ ବହୁ ଅର୍ଥର ଆବଶ୍ୟକ ଥିବାରୁ ଏବେ ପୁଅ ର ଚିକିତ୍ସା କରିବା ପାଇଁ ଅର୍ଥ ଅଭାବ ଦେଖା ଦେଇଛି । ଯେଉଁଥି ପାଇଁ ପୁରା ପରିବାର ଭାଙ୍ଗି ପଡିଛି । ଏପଟେ ପ୍ରଭଞ୍ଜନ ପାତ୍ର ଙ୍କ ବିଦ୍ୟାଳୟ ର ଜଣେ ଉତ୍ତମ ଛାତ୍ର ଥିଲେ ଯେଉଁଥି ପାଇଁ ଏବେ ପୁରା ସାଙ୍ଗ ସାଥି ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଭାଙ୍ଗି ପଡିଛନ୍ତି । ସେଥିପାଇଁ ତାଙ୍କ ସହ ପାଠୀ ମାନେ ବିଭିନ୍ନ କ୍ଲାସ ରୁମ ରେ ପିଲା ମାନଂକୁ ଅର୍ଥ ସାହାଯ୍ୟ ମାଗିଛନ୍ତି ।
ବନ୍ଧୁତା ର ଉଚିତ ନିଦର୍ଶନ ଦେଖାଇଛନ୍ତି ଆରୁହାବୃତ୍ତି ନୋଡାଲ ଉପ୍ରା ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀ । ଯାହା ବିନା ସ୍ୱାର୍ଥରେ ବନ୍ଧୁତା ସ୍ଥାପନ କରାଯାଏ ବୋଲି ପ୍ରମାଣିତ କରିଛନ୍ତି । ଛାତ୍ର ଛାତ୍ରୀ ଏକ ଡବା ଧରି ଗୋଟିଏ ପରେ ଗୋଟିଏ କ୍ଲାସ ରୁମ ଯାଉଛନ୍ତି ଆଉ ଯିଏ ଯାହା ପାରୁଛି ୫ ଟଙ୍କା ହେଉ କି ଦଶ ଟଙ୍କା ସେଥିରେ ପିଲା ମାନେ ଦେଉଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now