ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା

Spread the love

ସାରା ଓଡ଼ିଶାକୁ ଛୁଇଁଛି ମୌସୁମୀ ବାୟୁ। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ପାଗ ଅନୁକୂଳ ରହିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହେବା ସହ ସବୁ ଜିଲ୍ଲାରେ ପ୍ରବେଶ କରିଛି। ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ୨୪ ଜିଲ୍ଲାକୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୬ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ୨୭ କିମ୍ୱା ୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ । ଏହା ପ୍ରଭାବରେ ୨୭ରୁ ଦଷିଣ ଓଡ଼ିଶାରେ ବର୍ଷା ହେବ। ୨୮ରୁ ଉତ୍ତର ଓଡ଼ିଶାରେ ବର୍ଷା ବଢପାରେ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ମୌସୁମୀ ପ୍ରଭାବରେ ଶକ୍ରବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି। ଖୋର୍ଦ୍ଧାରେ ସର୍ବାଧିକ ୬୫ ମିଲିମିଟର ବର୍ଷା ହୋଇଛି । ରାଉରକେଲାରେ ୫୬ମିମି, ଦାରିଙ୍ଗିବାଡ଼ିରେ ୩୮, ତାଳଚେରରେ ୩୫, ସୋନପୁରରେ ୨୪.୮, ବୌଦ୍ଧରେ ୨୩ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଆଜି ମୌସୁମୀ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,  ଓ ଝାରସୁଗୁଡାରେ ବର୍ଷା ସମ୍ଭାବନା ଅଛି । ମୌସୁମୀ ପ୍ରଭାବରେ ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ।  

Leave a Reply

Your email address will not be published. Required fields are marked *