ଓଡ଼ିଶା

ବନ୍ଧମୁଣ୍ଡା ପାଳିବନି ଚଳିତ ହୋଲି

ଯାଜପୁର:  ବର୍ଷକରେ ଥରେ ଆସେ ରଙ୍ଗର ପର୍ବ ହୋଲି । କିନ୍ତୁ ଗତବର୍ଷର ଅଘଟଣ ପାଇଁ ହୋଇି ପାଲଟିଛି ରଙ୍ଗହୀନ । ଯାଜପୁର ବନ୍ଧମୁଣ୍ଡାରେ ଗତବର୍ଷ ଆଜିର ଦିନରେ ଗାଁ ପାଖ ମଙ୍ଗଳା ଘାଟରେ ବୁଡି ୬ ଭାଇଙ୍କ ମୃତ୍ୟୁ ଘଟିଥିଲା । ସେଥିପାଇଁ ଚଳିତ ବର୍ଷ ଗାଁରେ ନାଁ ହୋଲିର ରଂଗ ଅଛି ନା କାହା ମୁହଁରେ ଖୁସି । ସେହି ୬ ଭାଇଙ୍କ ସ୍ମୃତିରେ ନିର୍ମାଣ ହୋଇଛି ସ୍ମୃତି ମଣ୍ଡପ ।

ଯେଉଁ ହୋଲିରେ ରଙ୍ଗୀନ ହେଉଥିଲା ପୁରା ଗାଁ, ସେହି ଗାଁ ଆଜି ସମ୍ପୂର୍ଣ୍ଣ ରଙ୍ଗହୀନ । ସମସ୍ତଙ୍କ ଆଖିରେ ଲୁହ ଆଉ ମନରେ କୋହ । କାନ୍ଦ ବୋବାଳିରେ ପାଂଟି ପଡୁଛି ସମଗ୍ର ଅଂଚଳ । ଗାଁର ସବୁ ଆଡେ ଗୋଟିଏ ଚର୍ଚ୍ଚା, ଗୋଟିଏ ଦିନରେ ୬ ଭାଈ ଆରପାରିକୁ ଚାଲିଗଲେ କେମିତି? ଏ ହେଉଛି ଯାଜପୁର ବନ୍ଧମୁଣ୍ଡା ଯେଉଁଠି ଗତବର୍ଷ ହୋଲି ଖେଳିସାରି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ୬ ଭାଇ ଆଉ ଅଳ୍ପକେ ରକ୍ଷା ପାଇଯାଇଥିଲେ ଦୁଇ ଭାଇ । ସେଥିପାଇଁ ଆଜି ଗାଁରେ ନାଁ ରଂଗ ଖେଳ ହେଉଛି ନାଁ ମନରେ କାହାରି ଖୁସି ଅଛି । କିଏ ହରାଇଛି ପୁଅକୁ ତ ଆଉ କିଏ ହରାଇଛି ଭାଈକୁ ।

ପ୍ରତିବର୍ଷ ଭଳି ଗତବର୍ଷ ବନ୍ଧ ମୁଣ୍ଡା ଗାଁରେ ସଂଙ୍କିର୍ତ୍ତନ ପରଦିନ ଅର୍ଥାତ୍ ଆଜିର ଦିନରେ ଦୋଳପୂର୍ଣ୍ଣିମା ଦିନ ହୋଲି ପାଳନ କରାଯାଏ । ସେଥିପାଇଁ ହୋଲି ଖେଳି ଗାଁର ଯୁବକମାନେ ଗାଧେଇବାକୁ ପାଖ ଖରସ୍ରୋତା ନଦୀର ମଂଗଳା ଘାଟକୁ ଯାଇଥିଲେ । ହେଲେ ନଦୀର ପ୍ରଖର ସୋତରେ ୬ ଜଣ ଭାସିଯାଇଥିଲେ । ସେହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଗାଁ ମୁଣ୍ଡରେ ନିର୍ମାଣ କରାଯାଇଛି ସ୍ମୃତି ମଣ୍ଡପ । ୬ ଭାଈଙ୍କ ପ୍ରତିମୂର୍ତି ନିର୍ମାଣ କରାଯାଇଛି । ଆଉ ରିଷ୍ଟ ଖଣ୍ଡନ ପାଇଁ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

ଚଳିତ ବର୍ଷ ଏହି ଛଅ ଭାଇଙ୍କ ଅକାଳ ବିୟୋଗ ପାଇଁ ସଂକୀର୍ତ୍ତନକୁ ମଧ୍ୟ ବାତିଲ କରାଯାଇଛି ।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button