ପାରିବାରିକ ଅସାନ୍ତିରେ ମା ଓ ଶିଶୁ ବିଷପାନ କରି ମୁତ୍ୟୁ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ତି ଅଧିନସ୍ଥ ପୋଚାଲୁଣ୍ତି ଗାଁରେ ପାରିବାରିକ ଅସାନ୍ତିରୁ ମା’ ନିଜେ ବିଷପାନ କରିବା ସହିତ ନିଜ ଶିଶୁ କନ୍ୟାକୁ ବିଷ ପିଆଈ କରିଛି ଆତ୍ମହତ୍ୟା । ମୃତ ମା’ ଜଣକହେଲେ ପୋଚାଲୁଣ୍ତି ଗ୍ରାମର ଆରତୀ ବିସୋୟୀ । ସୁଚନା ମୁତାବକ ଆରତୀଙ୍କ ବାପା ଘର ପୋଲସରା ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମ ହୋଇଥିବା ବେଳେ ସେ ପୋଚାଲୁଣ୍ତି ଗ୍ରାମରେ ବିବାହ କରିଥିଲେ । ହେଲେ ନିଜ ପାରିବାରିକ କଳହରେ ବିଷ ପାନ କରିବା ସହିତ ନିଜ ଶିଶୁ କନ୍ୟାଙ୍କୁ ମଧ୍ୟ ବିଷ ପାନ କରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମା ଓ ଶିଶୁ ଗୁରୁତର ହେବା ଫଳରେ ଶିଶୁ କନ୍ୟାକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତୀ କରିଥିବା ବେଳେ ମା’ ଙ୍କୁ ଆସ୍କା ମେଡିକାଲରେ ଭର୍ତ୍ତୀ କରାଜାଇଥିଲା । ମେଡିକାଲରେ ମା ଓ ଶିଶୁ ମୁତ୍ୟୁ ହୋଇଥିବା ସୁଚନା ମିଳିଛି । ଏଭଳି ଘଟଣାକୁ ନେଇ ପୋଚାଲୁଣ୍ତି ଗାଁରେ ଏକ ଶୋକାକୁଳ ପରିବେଷ ସୁଷ୍ଟି ହୋଇଛି । ବାଲିପଦର ପୋଲିସର ତଦନ୍ତ ପରେ ମା ଓ ଶିଶୁ ର ମୁତ୍ୟର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *