ଆରପିଏଫ କନେଷ୍ଟବଳଙ୍କ ମୃତଦେହ ଗନ୍ଦାଗାଡ ଗ୍ରାମରେ ପହଂଚିବା ପରେ ଶୋକାକୁଳ ପରିବେଶ : ଗାଁ ଶ୍ମଶାନରେ ଶବ ସଂସ୍କାର

Spread the love

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କନ୍ଦାଗାଡ ଗ୍ରାମର ରେଳବାଇ ପୋଲିସ କନେଷ୍ଟବଳଙ୍କ ଡିଉଟିରେ ଥିବା ବେଳେ ଟ୍ରେନ୍ ରେ କଟି ମୃତ୍ୟୁ ଘଟିଥିଲା । ଗତକାଲି ମଧ୍ୟାହ୍ନରେ ଶବ ଗାଁରେ ପହଂଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ, କନ୍ଦାଗାଡ ଗ୍ରାମର ବସୁଦେବ ନାଏକଙ୍କ ଚାରିପୁଅ । ଦ୍ୱିତୀୟ ପୁଅ ଗତ ୭/୮ବର୍ଷ ହେବ ଏକ ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ ସାନପୁଅ ସରୋଜ ନାଏକ (୪୦) ରେଳବାଇ ପୁଲିସରେ ଚାକିରୀ କରୁଥିଲେ । ଗତ ୧୧ ତାରିଖ ଦିନ ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ତାଙ୍କର ଡିୟୁଟି ଥିଲା । ସେ କ୍ଷେତରାଜପୁର ରେଳ ଷ୍ଟେସନର ୱାସିଂ ଲାଇନରେ ଡିୟୁଟିରେ ଥିବା ବେଳେ ଏହି ଘଟଣା ଘଟିଥିବା ସହକର୍ମୀମାନେ ପ୍ରକାଶ କରିଥିଲେ । ସେ ଅନେକ ସମୟ ପର୍ଯ୍ୟନ୍ତ ଦେଖା ନ ଦେବାରୁ ତାଙ୍କୁ ଫୋନ କରାଯାଇଥିଲା । ଫୋନ ନଉଠାଇବାରୁ ଖୋଜାଖୋଜି କରିବା ପରେ ରେଳ ଧାରଣାରେ ଟ୍ରେନରେ କଟି ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଜିଆରପି ପୁଲିସ ପହଂଚି ମୃତଦେହକୁ ଉଦ୍ଧାର କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପରେ ଆଜି ମଧ୍ୟାହ୍ନରେ ଗାଁରେ ମୃତଦେହ ପହଂଚିଥିଲା । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବୃଦ୍ଧବାପା ବସୁଦେବ ନାଏକ, ମାଁ ଲତା ନାଏକ, ସ୍ତ୍ରୀ କବିତା, ସାତବର୍ଷର ଏକମାତ୍ର ପୁଅ ଇସାନ ଉପସ୍ଥିତ ଥିଲେ । ମୃତ୍ୟୁକୁ କେହି ବିଶ୍ୱାସ କରିପାରୁନଥିଲେ । ସ୍ତ୍ରୀ କବିତା ସ୍ୱାମୀଙ୍କ ଉପରେ ଲୋଟି ପଡି ଯାଇଥିଲେ । କ୍ଷଣକୁ କ୍ଷଣ ସେ ସଂଜ୍ଞାହୀନ ହୋଇ ପଡୁଥିଲେ । ବାପା କିଛି ବର୍ଷତଳେ ଗୋଟିଏ ପୁଅକୁ ହରାଇଥିବା ବେଳେ ଆଜି ଆଉ ଏକ ଜବାନ ପୁଅକୁ ହରାଇ ବାକ୍‌ଶୂନ୍ୟ ହୋଇ ପଡିଥିଲେ । ଗାଁରେ ଏଭଳି ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ଯେ ଗାଁ ସାରା ସରୋଜକୁ ଝୁରି ହେଉଥିଲେ । ଗାଁ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ପୁଅ ଇଶାନ ମୁଖାଗ୍ନି ଦେଇଥିଲେ । ଆରପିଏଫ ପକ୍ଷରୁ ସମ୍ବଲପୁର ଆସିଷ୍ଟାଂଟ କମାଡେଂଟ ମୁକେଶ କୁମାର, ଆଇଆଇସି ମୁନ୍ନା ଯାଦବଙ୍କ ସମେତ ବହୁ ରେଲବାଇ ଅଧିକାରୀ ଉପସ୍ଥିତ ରହି ଗାର୍ଡ ଅଫ୍ ଅର୍ନର ଦେଇ ଥିଲେ । ଶବରେ ଜାତୀୟ ପତାକା ଘୋଡାଇ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ରେଳବାଇ ଆରପିଏଫ ପକ୍ଷରୁ ପ୍ରଦାନ କରାଯାଇଥିଲା । ଗାଁରେ ଶବକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ କିଛିସମୟ ରଖାଯାଇଥିଲା । ରାମପୁର ଥାନା ସବ୍ ଇନ୍ସପେକ୍ଟର ଅବିନାଶ ପଧାନଙ୍କ ସମେତ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *