ନବରଙ୍ଗପୁରରେ ଖୋଲିଲା ଧାନମଣ୍ଡି

ନବରଙ୍ଗପୁର ଜିଲ୍ଲାରେ ଖୋଲିଲା ଖରିଫ ଧାନମଣ୍ଡି l ସହରର RMC ପରିସରରେ ଜିଲ୍ଲାସ୍ତରୀୟ ମଣ୍ଡିର ଉଦଘାଟନ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ନିତ୍ୟାଗଣ୍ଡଙ୍କ ପ୍ରତିନିଧି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ. ଶୁଭଙ୍କର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଓ ମିଲର୍ସ ପ୍ରମୁଖ ଯୋଗ ଦେଇଥିଲେ l ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣିବା ସକାଶେ ନିଷ୍ପତି ନେଇ ଧାନମଣ୍ଡି ଉଦଘାଟନ କରାଯାଇଛି l ନବରଙ୍ଗପୁର ଜିଲ୍ଲାରେ ୧୩ ଟି ଲ୍ୟାମ୍ପ ଅଧିନସ୍ଥ ୫୯ ଟି ଜାଗାରେ ଧାନମଣ୍ଡି ଖୋଲାଯାଇଛି l ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଜିଲ୍ଲାରେ ୪୪ ଟି SHG, ୧୩ ଟି ଲ୍ୟାମ୍ପ ଓ ୨ ଟି ପାଣିପଞ୍ଚାୟତ ମାଧ୍ୟମରେ ଧାନ କିଣାଯିବ l ଚଳିତ ବର୍ଷ ୪୨ ହଜାର ୮୧୦ଜଣ ଚାଷୀ ରେଜିଷ୍ଟେସନ କରିଥିବାବେଳେ କେବଳ ୪୨ ହଜାର ୪୧୧ ଜଣ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ଚଳିତ ବର୍ଷ ଗ୍ରେନ ଆନାଲାଇଜର ମେସିନ ମାଧ୍ୟାମରେ ଏଫଏକ୍ୟୁ ର ମାନ ଚେକିଂ କରାଯାଉଛି l ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଳସେଚିତ ଜମି ପାଇଁ ଏକର ପିଛା ୧୯ କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଜମି ପାଇଁ ୧୩ କ୍ବିଣ୍ଟାଲ ଧାନ କ୍ରୟ କରିବା ପାଇଁ ନିର୍ଦ୍ଧାରିତ କରାଯାଇଛି l ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ କ୍ବିଣ୍ଟାଲ ଧାନ କିଣାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଏଥିସହ ପ୍ରତ୍ୟେକ ମଣ୍ଡିରେ ସିସିଟିଭି କ୍ୟାମେରା ର ବ୍ୟବସ୍ଥା କରାଯାଇଛି ଏବଂ ସେହି ସିସିଟିଭି ଗୁଡିକ ସିଏସଓ ଅଫିସ ରୁ ଅପରେଟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପଡୋଶୀ ଛତିଶଗଡ଼ ଏବଂ ଅନ୍ୟସ୍ଥାନରୁ ରୁ ଯେଭଳି ନବରଙ୍ଗପୁର ମଣ୍ଡି ରେ ଧାନ ବିକ୍ରି ନ ହୁଏ ସେଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଏବଂ ପ୍ରତ୍ୟେକ ମଣ୍ଡିରେ ଧାନ ବୋଝେଇ ଗାଡି ଗୁଡିକ ରେ ଜିପିଏସ  ଲଗାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚାଷୀମାନେ ବିଭିନ୍ନ ଦଲାଲଙ୍କ ପ୍ରଲୋଭନରେ ନ ପଡି ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣି ସରକାର ମୂଲ୍ୟରେ ଉଚିତ ଦର ପାଇବା ପାଇଁ ପରାମର୍ଶ ଦେଇଛନ୍ତି ଉପସ୍ଥିତ ଅତିଥିମାନେ l ସେଭଳି ମିଲ ସଙ୍ଘ ପକ୍ଷରୁ ପ୍ରଶାସନ ସଫା ସୁତୁରା ଧାନ ଦେବା ସହ ଏଫେକ୍ୟୁ ମାନର ଧାନ ଦେବା ପାଇଁ ଅନୁରୋଧ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *