ବାତ୍ୟା ପାଇଁ ଆସନ୍ତାକାଲି ଏବଂ ୨୫ ତରିଖରେ ବନ୍ଦ ରହିବ ନନ୍ଦନକାନନ ଜୁଲୋଜିକାଲ ପାର୍କ। ବାତ୍ୟା ଦାନା କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି। ଯେହେତୁ ସାରା ଓଡିଶାରେ ବାତ୍ୟାର ପ୍ରକୋପ ଦେଖାଦେବ ସେହିକାରଣରୁ ବନ୍ଦ କରାଯାଇଛି ନନ୍ଦନକାନନ । ସେପଟେ ଭିତରକନିକା ଅଭ୍ୟାରଣ ମଧ୍ୟ ଏହି ଦୁଇଦିନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ଦୁଇଟି ସ୍ଥାନ ପର୍ଯ୍ୟଟନ ସ୍ଥଳି ହୋଇଥିବାରୁ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି। ବାତ୍ୟାର ପ୍ରଭାବ ଅଧିକ ଥିବାରୁ ଯେମିତି କାହାର ବିଶେଷ କ୍ଷୟକ୍ଷତି ନହେଉ ତାକୁ ଦୃଷ୍ଟିରେ ରଖି ଏହି ଦୁଇ ପର୍ଯ୍ୟଟନ ସ୍ଥଳ ବନ୍ଦ ହୋଇଛି। ଅନ୍ୟ ସ୍ଥାନମାନଙ୍କରେ ଥିବା ପର୍ଯ୍ୟଟନ ସ୍ଥଳି ମଧ୍ୟ ବାତ୍ୟା ପାଇଁ ବନ୍ଦ ହୋଇଥିବ ବୋଲି ଧରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now