ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ଦେବୋତ୍ତର ଭିତ୍ତିଭୁମୀ ପାଇଁ ୫୦୦ କୋଟି ଦାବୀ କଲେ ନରସିଂହ

Spread the love

ବଲାଙ୍ଗିର : ବର୍ତ୍ତମାନ ଦେଖା ଦେଉଛି ଓଡିଶା ସରକାର ରାଜ୍ୟରେ ଥିବା ବିଭିନ୍ନ ଧର୍ମପୀଠ, ମଠ ମନ୍ଦିର ଗୁଡିକର ଉନ୍ନତିକରଣ, ସୌନ୍ଦର୍ଯ୍ୟିକରଣ ଓ ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି । ଯେହେତୁ ଆଜି ପର୍ଯ୍ୟନ୍ତ ଏପରି କୌଣସି ଅନୁଦାନ ଏଅଞ୍ଚଳର ମଠ ମନ୍ଦିରର ବିକାଶ ପାଇଁ ଆସି ନାହିଁ, ତେଣୁ ବଲାଙ୍ଗିରବାସୀ ଏଦିଗରେ ନିଜକୁ ଅବହେଳିତ ମନେ କରୁଛନ୍ତି । ଯେତେବେଳେକି ସହର ବକ୍ଷ ଦେଶରେ ବଲାଙ୍ଗିର ଦେବୋତ୍ତର ବିଭାଗର ପର୍ଯ୍ୟାପ୍ତ ପରିମାଣର ଜମି ମହଜୁଦ ରହିଛି । ଏପରି ସ୍ଥଳେ ଭଗ୍ନାବସ୍ଥା ତତା ଅତି ବିପଦ ଜନକ ସ୍ଥିତିରେ ଥିବା ମାଁ ସମଲେଶ୍ୱରୀ ମନ୍ଦିରର ମରାମତି, ଦେବୋତ୍ତର ଭିତ୍ତିଭୂମୀର ବିକାଶ ସହିତ ବଲାଙ୍ଗିରବାସୀଙ୍କ ଚାହିଦା ମୁତାବକ ସହର ମଧ୍ୟରେ ଥିବା ଦେବୋତ୍ତର ଜମିରେ ଏକ ନୂତନ ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ସରକାର ବଲାଙ୍ଗିର କୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରନ୍ତୁ ବୋଲି ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବୀ କରିଛନ୍ତି । ସେ ନିଜ ଦାବୀରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ଦେବୋତ୍ତର ଜମିରେ ଥିବା ଗୋପାଳଜୀ ମନ୍ଦିର ମଧ୍ୟ ଅସୁରକ୍ଷିତ ସ୍ଥିତିରେ ରହିଛି । ପୁର୍ବର ୧୯୯୫ ମସିହାରେ ତତକାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମୁଁ ଆଇନ ମନ୍ତ୍ରୀ ଥିବାବେଳେ ଏହି ଦେବୋତ୍ତର ଜମିରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏକ ମାର୍କେଟ କମ୍ପେ୍ଲକ୍ସ ର ଶିଳନ୍ୟାସ କରିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସ୍ଥାନୀୟ ତତକାଳିନ ମନ୍ତ୍ରୀଙ୍କ ବିରୋଧ ୍ୋଗୁଁ ସେ ନିର୍ମାଣ କାମ ଆଗକୁ ବଢୀ ପାରିଲା ନାହିଁ । ସେତେବେଳେ ଜାହା କିଛି ନିର୍ମାଣ ହୋଇଥିଲା ତାହା ଆଜି ଅର୍ଧନିର୍ମିତ, ପରିତ୍ୟକ୍ତ ଓ ଭଗ୍ନାବସ୍ଥାରେ ଅଛି । ଯଦି ପୁରୁଣା ସମଲେଶ୍ୱରୀ ମନ୍ଦିରର ମାରାମତି ସହିତ ଏହି ଦେବୋତ୍ତର ଜମିରେ ଏକ ନୁତନ ଭବ୍ୟ ସମଲେଶ୍ୱରୀ ମନ୍ଦିରର ନିର୍ମାଣ ସାଙ୍ଗକୁ ତାର ବିଭିନ୍ନ ପାଶ୍ୱର୍ରେ ବଜାର ଗୃହ ନିର୍ମାଣ କରାଯାଏ, ତେବେ ବଲାଙ୍ଗିର ର ଅନେକ ବେକାର ଯୁବକ ରୋଜଗାର ପାଇ ତାଙ୍କର ପରିବାର ପ୍ରତିପୋଷଣ କରି ପାରିବେ । ଏବଂ ଏହା ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ମଧ୍ୟ ଏକ ଆୟର ପନ୍ଥା ହୋଇ ପାରିବ । ଏହି ସମସ୍ତ ଭୀତ୍ତିଭୂମୀ ପାଇଁ ସରକାର ବଲାଙ୍ଗିର ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *